ଓଡିଶା

odisha

ETV Bharat / briefs

ସମସ୍ତ ବିଭାଗୀୟ ସଚିବଙ୍କୁ ଭେଟିବେ ମୋଦି

ସରକାରଙ୍କ ଯୋଜନା ତାହାକୁ ସଠିକ ଭାବେ ପ୍ରଣୟନ ଓ ସରକାରଙ୍କ ଗତିକୁ ବଢାଇବା ଲକ୍ଷ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ବିଭାଗର ସଚିବଙ୍କୁ ସାକ୍ଷାତ କରିବେ ।

By

Published : Jun 10, 2019, 3:10 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିତୀୟ ଥର କ୍ଷମତାକୁ ଆସିଲା ପରେ ଗୋଟିଏ ପରେ ଗୋଟିଏ ଯୋଜନାବଦ୍ଧ ନିଷ୍ପତ୍ତି ନେବାରେ ଲାଗିଛନ୍ତି । ନିର୍ବାଚନ ପୂର୍ବରୁ ଦେଶର ମାହୋଲ ଯାହାଥିଲା ବିଜେପି ପୁଣିଥରେ ଏକାକି ବହୁମତ ପାଇ କ୍ଷମତାକୁ ଫେରିବା ପରେ ଦଳ ଏବେ ଜନତାଙ୍କ ଆଶା ବିଶ୍ବାସ ଜିତି ଦେଇଥିବା ପ୍ରତିଶୃତି ପାଳନ କରିବାରେ ଲାଗିଯାଇଛି ।

ତେଣୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସବୁ ମନ୍ତ୍ରୀ ନିଜନିଜ କାମ ଆରମ୍ଭ କରିଦେଇଛନ୍ତି । ହେଲେ ସରକାରର ଏକ ମୁଖ୍ୟ ଅଙ୍ଗ ହେଉଛି ଅମଲାତନ୍ତ୍ର ତେଣୁ ସରକାର ଯେତେ ଚେଷ୍ଟିତ ହେଲେ ମଧ୍ୟ ଯଦି ଅମଲାତନ୍ତ୍ର ଚେଷ୍ଟା ନ କରେ ତାହା ହେଲେ କେବେ ବିକାଶ ହୋଇପାରିବ ନାହିଁ । ଖାସ ବିକାଶକୁ ଦୌଡାଇବା ପାଇଁ ଆଜି ମୋଦି ସବୁ ବିଭାଗର ସଚିବଙ୍କୁ ସାକ୍ଷାତ କରିବେ ।

ଏଥିପାଇଁ ସଂଧ୍ୟାରେ ଏକ ସ୍ବତନ୍ତ୍ର ବୈଠକର ଆୟୋଜନ କରାଯାଇଛି । ତେବେ ଏହି ବୈଠକରେ ମୋଦି ଅଫିସରଙ୍କୁ କି ମନ୍ତ୍ର ଦେଉଛନ୍ତି ତାକୁ ଅପେକ୍ଷା ।

ABOUT THE AUTHOR

...view details