ଓଡିଶା

odisha

ETV Bharat / briefs

ଶିଶୁଙ୍କ ପାଇଁ ପେଡ଼ିଆଟ୍ରିକ କୋଭିଡ ଉଇଙ୍ଗ ଗଠନ ନିର୍ଦ୍ଦେଶ - covid-19

ରାଜ୍ୟରେ ଶିଶୁ ସଂକ୍ରମଣକୁ ଦୃଷ୍ଟିରେ ପେଡ଼ିଆଟ୍ରିକ କୋଭିଡ ଉଇଙ୍ଗ ଗଠନ ପାଇଁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

Preparedness on covid-19 management in children
Preparedness on covid-19 management in children

By

Published : May 22, 2021, 10:04 PM IST

ଭୁବନେଶ୍ବର:ରାଜ୍ୟରେ ଶିଶୁ ସଂକ୍ରମଣକୁ ଦୃଷ୍ଟିରେ ପେଡ଼ିଆଟ୍ରିକ କୋଭିଡ ଉଇଙ୍ଗ ଗଠନ ପାଇଁ ନିର୍ଦ୍ଦେଶନାମା । ସବୁ ଜିଲ୍ଲାପାଳ ଓ ମେଡିକାଲ କତ୍ତୃପକ୍ଷଙ୍କୁ ଏନେଇ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ। ପ୍ରତି ହସ୍ପିଟାଲରେ ପେଡ଼ିଆଟ୍ରିକ କୋଭିଡ ଉଇଙ୍ଗ ଗଠନ କରିବାକୁ ନିର୍ଦ୍ଦେଶ ରହିଛି । କୋରୋନାର ଦ୍ବିତୀୟ ଲହରରେ ଶିଶୁ ମନେ ଅଧିକ ସଂକ୍ରମଣ ହେଉଥିବା ନଜରକୁ ଆସିଛି । ସ୍ବାସ୍ଥ୍ୟ ବିଭାଗ ଏହାର କିପରି ପରିଚାଳନା କରାଯିବ ସେନେଇ ସଜାଗ ହୋଇଛି।

ଶିଶୁ ସଂକ୍ରମଣ ରୋକିବାକୁ ପଦକ୍ଷେପ

ରାଜ୍ୟରେ ସମସ୍ତ ଡିସିଏଚସି ଏବଂ ସିଏଚସି ଆରମ୍ଭ କରିବାକୁ ଥିବା ସୁବିଧାଗୁଡ଼ିକ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ "ପେଡିଆଟ୍ରିକ୍ କୋଭିଡ୍ ୱିଙ୍ଗ" ସୃଷ୍ଟି କରିବ । ଆଇସୋଲେସନ୍ ୱାର୍ଡ, ଏଚଡିୟୁ ଏବଂ ଅଇଆସିୟୁର 15% ଶଯ୍ୟା ରଖାଯିବ। ନବଜାତକ, ଶିଶୁ ଏବଂ ଅନ୍ୟାନ୍ୟ ଶିଶୁ ମାନଙ୍କୁ ସଂକ୍ରମଣ ଦୃଷ୍ଟିରେ ରଖି ଆଗୁଆ ଶଯ୍ୟା ସୃଷ୍ଟି କରାଯାଇଛି ।

ପରିବାରର ଜଣେ ଯିଏ ସବୁବେଳେ ଶିଶୁଟିକୁ ସେବା କରିବେ। ଏହି କେସ୍ ଆଧାରରେ ବିଚାର କରାଯାଇ ଶିଶୁଙ୍କୁ ଯତ୍ନ କରୁଥିବା ପିତାମାତାଙ୍କୁ କୋଭିଡ ଉପରେ ଯଥେଷ୍ଟ ପରାମର୍ଶ ଦିଆଯିବ ଯେପରିକି ବ୍ୟକ୍ତିଗତ ସ୍ବଚ୍ଛତା, ହାତ ଧୋଇବା, ହାତ ସାନିଟାଇଜର ବ୍ୟବହାର ଏବଂ ମାସ୍କ ବ୍ୟବହାର ଇତ୍ୟାଦି ।

ଅନ୍ୟପଟେ ହସ୍ପିଟାଲ ରେ ଶିଶୁ ବିଭଗରେ ମଧ୍ୟ ଅନେକ ମାତ୍ରାରେ କୋଭିଡର ନିୟମ ମାନି ଚାଲିବା ଆବଶ୍ୟକ । ଯାହା ଫଳରେ ଜଣେ ଶିଶୁ ସଂକ୍ରମଣରୁ ବର୍ତ୍ତିପାରିବ। ଏନେଇ ରାଜ୍ୟର ସମସ୍ତ ସିଡିଏମଓ, ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details