ଡେରାଡୁନ୍: କେଦାରନାଥସ୍ଥିତ ଧ୍ୟାନ ଗୁମ୍ଫାରେ ପ୍ରଧାନମନ୍ତ୍ରୀ ମୋଦି ସାଧନା ପରେ ଲୋକପ୍ରିୟ ହୋଇଛି ଏହି ଗୁମ୍ଫା । ଏଥିସହ ଏହି ଗୁମ୍ଫାରେ ଧ୍ୟାନ କରିବା ପାଇଁ ବି ମନବଳେଇଛନ୍ତି ଶ୍ରଦ୍ଧାଳୁମାନେ । ଏଥିପାଇଁ ଦେଶ-ବିଦେଶରୁ ଲୋକମାନେ ପ୍ରି-ବୁକିଙ୍ଗ୍ କରିବା ଆରମ୍ଭ କରି ଦେଲେଣି ।
ଲୋକପ୍ରିୟ ହେବାରେ ଲାଗିଛି ମୋଦିଙ୍କ ଧ୍ୟାନ ଗୁମ୍ଫା, ଆରମ୍ଭ ହେଲାଣି ପ୍ରି-ବୁକିଙ୍ଗ - ଧ୍ୟାନ ଗୁମ୍ଫା
ମେ 18ରେ ପ୍ରଧାନମନ୍ତ୍ରୀଙ୍କ କେଦାରନାଥ ଯାତ୍ରା ବହୁ ଚର୍ଚ୍ଚାର ବିଷୟ ପାଲଟିଥିଲା । କାରଣ ମୋଦି କେଦାରନାଥରେ ରାତିସାରା ଧ୍ୟାନ ଗୁମ୍ଫାରେ ସାଧନା କରିଥିଲେ । ଏହା ପରେ ଏହି ଗୁମ୍ଫା ଆକର୍ଷଣର ବିନ୍ଦୁ ପାଲଟିଛି ।
ଫଟୋ ସୌଜନ୍ଯ:ସୋସିଆଲ ମିଡିଆ@ANI
ଶ୍ରଦ୍ଧାଳୁମାନେ ଏହି ଗୁମ୍ଫାରେ ସକାଳ 6ଟାରୁ ସନ୍ଧ୍ୟା 6ଟା ଯାଏଁ ଧ୍ୟାନ କରିପାରିବେ । ଏହି ସୂଚନା ଜିଏମ୍ବିଏନ୍(ଗରଓ୍ବାଲ ମଣ୍ଡଳ ବିକାଶ ନିଗମ) ପକ୍ଷରୁ ଦିଆଯାଇଛି । କିନ୍ତୁ ମାତ୍ରାଧିକ ତୁଷାରପାତ ଯୋଗୁଁ ଶ୍ରଦ୍ଧାଳୁମାନେ ଏହି ଗୁମ୍ଫାରେ ରାତିରେ ରହିବା ପାଇଁ ଅନୁମତି ଦିଆଯିବ ନାହିଁ । ଫଳରେ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଥନ୍ତି ।
ଶ୍ରଦ୍ଧାଳୁମାନେ ରାତି ସମୟରେ ଧ୍ୟାନ ଗୁମ୍ଫାରେ କିପରି ରହିପାରିବେ, ଏ ନେଇ ଜିଏମ୍ବିଏନ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।