ଓଡିଶା

odisha

ETV Bharat / briefs

ନିଖୋଜ ଓଡିଆ ପାଇଲଟ ସୁନିତଙ୍କୁ ଖୋଜିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପ୍ରମିଳାଙ୍କ ଚିଠି - sunit mohanty

ଦାୟିତ୍ବ ଗ୍ରହଣ କରିବା ପରେ ନିଜ ପ୍ରତିଶ୍ରୁତି ରକ୍ଷା କରୁଛନ୍ତି ଆସିକା ସାଂସଦ ପ୍ରମିଳା ବିଷୋୟୀ । ନିଜ ଅଞ୍ଚଳର ନିଖୋଜ ଓଡିଆ ପାଇଲଟଙ୍କୁ ଖୋଜିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି ପ୍ରମିଳା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Jun 9, 2019, 4:42 AM IST

ବ୍ରହ୍ମପୁର: ନିର୍ବାଚନ ପ୍ରଚାର ସମୟରେ ଲୋକଙ୍କ ସୁଖଦୁଃଖରେ ସାଥୀ ହେବାକୁ କଥା ଦେଇଥିବା ଆସିକା ସାଂସଦ ପ୍ରମିଳା ବିଷୋୟୀ ଏବେ ନିଜ ଅଞ୍ଚଳର ପାଇଲଟ ପୁଅକୁ ଖୋଜିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଆଉ ଏଥିପାଇଁ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି ।

ଗତ 3 ତାରିଖ ସୋମବାର ଦିନ ଭାରତୀୟ ବାୟୁସେନାର ବିମାନ ଏଏନ-୩୨ ଆସାମର ଜୋରହାଟରୁ ଦିନ ୧୨ତା ୨୫ ରେ ଉଡ଼ାଣ ଭରିଥିଲା । ମାତ୍ର ଉଡାଣ ଭରିବାର 33 ମିନିଟ୍ ପରେ ଏୟାର ଟ୍ରାଫିକ୍ ସିଗନାଲ ଠାରୁ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏହାପରେ ବିମାନଟି ନିଖୋଜ ହୋଇଥିବା ଜଣାପଡିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ତେବେ ଉକ୍ତ ବିମାନରେ ପାଇଲଟ ଭାବେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଞ୍ଚଳର ସୁନିତ ମହାନ୍ତିଙ୍କ ସମେତ ଅନ୍ୟ 12 ଜଣ ରହିଥିଲେ । ପୁଅର ନିଖୋଜକୁ ନେଇ ପରିବାରରେ ଚିନ୍ତାରେ ଥିବାବେଳେ ସୁନିତଙ୍କୁ ଖୋଜିବା କାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହ ବିମାନରେ ଥିବା ଅନ୍ୟ ସମସ୍ତ ନିଖୋଜ ବ୍ୟକ୍ତିଙ୍କୁ ସେମାନଙ୍କ ପରିବାରକୁ ଯଥା ଶୀଘ୍ର ସମ୍ଭବ ଫେରାଇ ଆଣିବା ପାଇଁ ଆସିକା ସାଂସଦ ପ୍ରମିଳା ବିଷୋୟୀ ଚିଠି ଲେଖିଛନ୍ତି । ଏଥିସହିତ ପ୍ରମିଳା ଏକ ଭିଡିଓରେ ମଧ୍ୟ ସୁନୀତଙ୍କ ସମେତ ଅନ୍ୟ ନିଖୋଜଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details