ଓଡିଶା

odisha

ETV Bharat / briefs

ବାତ୍ୟା ୟଶ ମୁକାବିଲା, ଏନଡିଆରଏଫ ମୁତୟନ ପାଇଁ ଅତିରିକ୍ତ ରିଲଫ କମିଶନରଙ୍କ ଚିଠି - cyclone Yas

ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ୟଶ ମୁକାବିଲା ପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକରେ ଏନଡିଆରଏଫ ମୁତୟନ ପାଇଁ ଚିଠି ଲେଖିଲେ ଅତିରିକ୍ତ ରିଲିଫ କମିଶନର । ଅଧିକ ପଢନ୍ତୁ...

NDRF
NDRF

By

Published : May 22, 2021, 10:12 PM IST

ଭୁବନେଶ୍ବର:ଆସୁଛି ସାମୁଦ୍ରିକ ବାତ୍ୟା ୟଶ । ମୁକାବିଲା ପାଇଁ ଏନଡିଆରଏଫ ମୁତୟନ ପାଇଁ ଚିଠି ଲେଖିଲେ ଅତିରିକ୍ତ ରିଲିଫ କମିଶନର । ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ୟଶକୁ ନେଇ ସିରିୟସ ଏସଆରସି।

ଯାହାକୁ ନେଇ ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାକୁ ଏନଡିଆରଏଫ ଟିମ ପଠାଇବାକୁ ଚିଠି ଲେଖିଲେ ଅତିରିକ୍ତ ରିଲିଫ କମିଶନର। ଏନେଇ ୨୨ଟିମ ପଠାଇବାକୁ ପ୍ରାଥମିକ ପର୍ଯାୟରେ ଜଣାଇଛନ୍ତି ।

ଏନଡିଆରଏଫ

ମୟୁରଭଞ୍ଜକୁ ଗୋଟିଏ ଟିମ, ବାଲେଶ୍ବରକୁ ୭ଟି ଟିମ, ଯାଜପୁରକୁ ୨ଟି ଟିମ, ଜଗତସିଂହପୁରକୁ ଗୋଟିଏ ଟିମ, ଭଦ୍ରକକୁ ୪ଟି , କେନ୍ଦ୍ରାପଡାକୁ ୩ଟି ସହ ହେଡକ୍ବାଟରରେ ୪ଟି ଟିମ ତୁରନ୍ତ ମୁତୟନ ପାଇଁ ଏନଡିଆରଏଫ କମାଣ୍ଡାଟ ୩ ମୁଣ୍ଡଳି କଟକକୁ ଜଣାଇଛନ୍ତି। ଏନେଇ ଖୁବଶୀଘ୍ର ଟିମ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇପାରନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details