ବ୍ରହ୍ମପୁର: ଗିରିସୋଲା ଠାରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରିଛି ବ୍ରହ୍ମପୁର ପୋଲିସ । 1 ଲକ୍ଷ ୮୦ ହଜାର ଟଙ୍କା ଜବତ କରିବା ସହ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି । ଏହା ସହ ଘଟଣା ସ୍ଥଳରୁ ପାଞ୍ଚୋଟି ମୋଟର ସାଇକେଲ ଓ ମୋବାଇଲ ଜବତ ହୋଇଛି । ତେବେ ଜୁଆ ଆଡ୍ଡାର ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା କୁହାଯାଇଛି ।
ଜୁଆ ଆଡ୍ଡାରେ ଚଢାଉ; ୧.୮ ଲକ୍ଷ ଟଙ୍କା ଜବତ, ୮ ଗିରଫ - Police raid on gambling den
ଗିରିସୋଲା ଠାରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରିଛି ବ୍ରହ୍ମପୁର ପୋଲିସ । 1 ଲକ୍ଷ ୮୦ ହଜାର ଟଙ୍କା ଜବତ କରିବା ସହ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...
![ଜୁଆ ଆଡ୍ଡାରେ ଚଢାଉ; ୧.୮ ଲକ୍ଷ ଟଙ୍କା ଜବତ, ୮ ଗିରଫ ଜୁଆ ଆଡ୍ଡାରେ ପୋଲିସର ଚଢାଉ; ୧.୮ ଲକ୍ଷ ଟଙ୍କା ଜବତ, ୮ ଗିରଫ](https://etvbharatimages.akamaized.net/etvbharat/prod-images/768-512-09:19:20:1597290560-od-bam-two-gambling-raids-7205524-13082020083252-1308f-1597287772-830.jpg)
ଜୁଆ ଆଡ୍ଡାରେ ପୋଲିସର ଚଢାଉ; ୧.୮ ଲକ୍ଷ ଟଙ୍କା ଜବତ, ୮ ଗିରଫ
ସେହିପରି ବ୍ରହ୍ମପୁର ପୋଲିସ ଜରଡା ଥାନା ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୨୧ ହଜାର ଟଙ୍କା ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ମହାମାରୀ କୋରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଲକଡାଉନ ଓ ସଟଡଉନ ଆଦି କଟକଣା ସତ୍ତ୍ବେ ଜୁଆଡିମାନେ ଏହାକୁ ମାନୁନଥିବା ଦେଖାଯାଇଛି । କଟକଣା ନମାନି ଜୁଆ ଖେଳ ଚାଲିଥିବା ଖବର ପାଇବା ପରେ ପୋଲିସ ଏସବୁ ଜାଗାରେ ଚଢାଉ କରିଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ