ଓଡିଶା

odisha

ETV Bharat / briefs

ଘୋଷଯାତ୍ରା ପ୍ରସ୍ତୁତି ବୈଠକ, ସୁରକ୍ଷା ଯୋଗାଇବେ ଏନଏସଜି କମାଣ୍ଡୋ - PURI

ପବିତ୍ର ଘୋଷଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୋଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା । ଚଳିତ ବର୍ଷ ରଥଯାତ୍ରାରେ ସୁରକ୍ଷା ଯୋଗାଇବେ ଏନଏସଜି କମାଣ୍ଡୋ ସହ 2ପ୍ଲାଟୁନ ସିଆରପିଏଫ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 19, 2019, 11:53 PM IST

ଭୁବନେଶ୍ବର: ଆସୁଛି ବିଶ୍ବନିୟନ୍ତାଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଭକ୍ତର ଠାକୁର କଳାଠାକୁର ନିଜ ଭକ୍ତଙ୍କ ପାଇଁ ରତ୍ନବେଦୀ ଛାଡି ଓହ୍ଲାଇ ଆସିବେ ବଡଦାଣ୍ଡକୁ । ଆଉ ମହାପ୍ରଭୁଙ୍କ ଏହି ନବଦିନାତ୍ମକ ରଥଯାତ୍ରାରେ ସାମିଲ ହେବା ପାଇଁ ଶ୍ରୀକ୍ଷେତ୍ରକୁ ଛୁଟିଆସିବେ ଲକ୍ଷଲକ୍ଷ ଭକ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଉ ମହାପ୍ରଭୁଙ୍କ ଏହି ଯାତ୍ରାକୁ ସଫଳ, ସୁରକ୍ଷିତ କରିବା ପାଇଁ ଓଡିଶା ପୋଲିସ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆଜି ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଏନେଇ ବରିଷ୍ଠ ପୋଲିସ ଅଧିକାରୀ, ଗୁଇନ୍ଦା ବିଭାଗ, ଏନଡିଆରଏଫ, ନାଭାଲ ଓ ଏନଏସଜି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ ସମ୍ପର୍ଣ୍ଣ କରିବା ପାଇଁ ପୋଲିସ ଡିଜି କେନ୍ଦ୍ରୀୟ ସୁରକ୍ଷା ବଳର ସହଯୋଗ ଲୋଡିଛନ୍ତି ।

ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସୂଚନା ଅନୁସାରେ ରଥଯାତ୍ରା ସମୟରେ 2ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସମେତ 2କମ୍ପାନି ଆରଏଏଫ, ମେରାଇନ ପୋଲିସ , କୋଷ୍ଟାଲ ଗାର୍ଡ, ନୌସେନା, ଏନଏସଜି କମାଣ୍ଡୋ ଭଳି ସୁରକ୍ଷା ବଳ ମୁତୟନ ରହିବେ ।

ଏହାସହ ରଥଯାତ୍ରା ଓ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦିନ ମାନଙ୍କରେ ପୁରୀକୁ ନୋଫ୍ଲାଇଙ୍ଗ ଜୋନ ଭାବେ ଘୋଷଣା କରାଯିବ । ପୁରୀରେ ଯେମିତି କୌଣସି ବିମାନ ଓ ଡ୍ରୋନ ଉଡାଣ ନକରେ ସେନେଇ ନଜର ରଖିବାକୁ ଏଟିସି ନିର୍ଦେଶ ଦିଆଯାଇଛି।

ସମସ୍ତ ସୁରକ୍ଷା ବଳ ଗୁଇନ୍ଦା ତଥ୍ଯକୁ ମନିଟରିଂ କରିବା ପାଇଁ ଟାଉନ ଥାନାରେ ହେବ ଆଧୁନିକ କଣ୍ଟ୍ରୋଲ ରୁମ । ତା ସହିତ ରଥଯାତ୍ରା ପୁର୍ବରୁ ସିସିଟିଭି ବ୍ଯବସ୍ଥା ମନ୍ଦିର ଓ ବଡଦାଣ୍ଡରେ ଲଗାଇବା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପୋଲିସ ଡିଜି କହିଛନ୍ତି ।

ଭବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details