ଓଡିଶା

odisha

By

Published : Jul 23, 2019, 9:41 PM IST

ETV Bharat / briefs

ଶହୀଦ ଚନ୍ଦ୍ରଶେଖର ଆଜାଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ମୋଦି

ଭାରତୀୟ ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଚନ୍ଦ୍ରଶେଖର ଭାରତ ମାତାଙ୍କ ଜଣେ ବୀର ପୁତ୍ର ଥିଲେ । ତାଙ୍କ ବୀରତ୍ବ ଦେଶବାସୀଙ୍କ ପାଇଁ ଏକ ପ୍ରେରଣା ବୋଲି ଟ୍ବିଟ୍ କରି ମୋଦି ଲେଖିଛନ୍ତି ।

ଫାଇଲ ଫଟୋ


ନୂଆଦିଲ୍ଲୀ: ଭାରତୀୟ ସ୍ବାଧୀନତା ସଂଗ୍ରାମର ମହାନାୟକ ଚନ୍ଦ୍ରଶେଖର ଆଜାଦଙ୍କ ଆଜି ଜନ୍ମ ଜୟନ୍ତୀ । ଏହି ଉପଲକ୍ଷେ ଟ୍ବିଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଫଟୋ ସୌଜନ୍ୟ: @narendramodi

ଭାରତ ମାତାର ବୀର ପୁତ୍ର ଚନ୍ଦ୍ରଶେଖର ଆଜାଦଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳୀ । ସେ ଜଣେ ନିର୍ଭୀକ ଏବଂ ଦୃଢ ସଂକଳ୍ପବାଦୀ କ୍ରାନ୍ତିକାରୀ ଥିଲେ । ଯିଏ କି ଦେଶର ସ୍ବାଧୀନତା ପାଇଁ ନିଜ ପ୍ରାଣବଳୀ ଦେଇଛନ୍ତି । ତାଙ୍କ ବୀରତ୍ବ କଥା ଦେଶବାସୀଙ୍କ ପାଇଁ ଏକ ପ୍ରେରଣାର ସ୍ରୋତ ଅଟେ ବୋଲି ମୋଦି ଟ୍ବିଟ୍ କରି ଲେଖିଛନ୍ତି ।

ଭାରତୀୟ ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦ 23 ଜୁଲାଇ 1906ରେ ମଧ୍ୟପ୍ରଦେଶର ଢାବୁଆ ଜିଲ୍ଲାର ଭାବରା ଗାଁରେ ଜନ୍ମଗ୍ରହଣ କରିଥିଲେ । ଯାହା ଏବେ ଆଜାଦନଗର ଭାବେ ବେଶ ପରିଚିତ । ଶହୀଦ ଚନ୍ଦ୍ରଶେଖରଙ୍କ ପିତାଙ୍କ ନାମ ପଣ୍ଡିତ ସୀତାରାମ ତିୱାରୀ ଏବଂ ମାଙ୍କ ନାମ ଜଗଦାନୀ ଦେବୀ ଥିଲା । 14 ବର୍ଷ ବୟସରେ ସେ ବାରଣାସୀ ଯାଇ ସେଠାରେ ଥିବା ସଂସ୍କୃତ ବିଶ୍ବବିଦ୍ୟାଳୟରେ ପାଠ ପଢିଥିଲେ । ଇତିମଧ୍ୟରେ ସେ ଆଇନଭଙ୍ଗ ଆନ୍ଦୋଳନରେ ଭାଗ ନେଇଥିଲେ ।

1920-21ମଧ୍ୟରେ ସେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇ ଗିରଫ ହୋଇଥିଲେ । ଜେଲରେ ହାଜର ହେବା ସମୟରେ ନିଜ ନାମ 'ଆଜାଦ୍' ଏବଂ ବାପାଙ୍କ ନାମ 'ସ୍ବତନ୍ତ୍ରତା' କହିବା ସହ 'ଜେଲ' ତାଙ୍କ ଘର ବୋଲି କହିଥିଲେ । ଯେଉଁକାରଣରୁ ତାଙ୍କୁ 15 କୋଟି ଟଙ୍କାର ଦଣ୍ଡାଦେଶ ମିଳିଥିଲା ।

ସେହିପରି 17 ଡିସେମ୍ବର 1928ରେ ଚନ୍ଦ୍ରଶେଖର ଆଜାଦ୍, ରାଜଗୁରୁ ଏବଂ ଭଗତ ସିଂହ ଲାହୋରରେ ପୋଲିସ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଘର କରି ନେଇଥିଲେ । 1931ରେ ଆହ୍ଲାବାଦ ସ୍ଥିତ ଅଲଫ୍ରେଣ୍ଡ ପାର୍କକୁ ସମାଜବାଦୀ କ୍ରାନ୍ତିର ଆହ୍ବାନ ଦେଇଥିଲେ । ଯେଉଁଠାରେ ସେ ସଂକଳ୍ପ ନେଇଥିଲେ ଯେ ନା କେବେ ଧରାପଡିବେ ନା ବ୍ରିଟିଶ୍ ସରକାରଙ୍କ ହାତରେ ପ୍ରାଣ ହରାଇବେ । ଆଉ ତାଙ୍କର ଏହି ସଂକଳ୍ପକୁ ପୂରା କରିବାକୁ ସେ 27 ଫେବୃଆରୀ 1931ରେ ଏହି ପାର୍କରେ ନିଜକୁ ଗୁଳି କରି ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ ।

ABOUT THE AUTHOR

...view details