ଓଡିଶା

odisha

ETV Bharat / briefs

ପ୍ଲାଜମା ଦାନ କରିଥିବା ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା - ପ୍ଲାଜମା ଦାନ କରିଥିବା ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

ଗୁରୁତର କୋରୋନା ରୋଗୀଙ୍କୁ ସୁସ୍ଥ କରିବା କ୍ଷେତ୍ରରେ ପ୍ଲାଜମା ଥେରାପି ଏକ ନୂଆ ଆଶା ସଞ୍ଚାର କରିଛି। ଯାହା ଫଳରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକର ୩ଜଣ ଯୁବକ କୋରୋନା ଆକ୍ରାନ୍ତରୁ ସୁସ୍ଥ ହୋଇ ପ୍ଲାଜମା ଦାନ କରିଥିଲେ । ଯାହାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଅଧିକ ପଢାନ୍ତୁ ...

ପ୍ଲାଜମା ଦାନ କରିଥିବା ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା
ପ୍ଲାଜମା ଦାନ କରିଥିବା ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

By

Published : Aug 13, 2020, 2:17 PM IST

ଢେଙ୍କାନାଳ: ଗୁରୁତର କୋରୋନା ରୋଗୀଙ୍କୁ ସୁସ୍ଥ କରିବା କ୍ଷେତ୍ରରେ ପ୍ଲାଜମା ଥେରାପି ଏକ ନୂଆ ଆଶା ସଞ୍ଚାର କରିଛି। ଯାହା ଫଳରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକର ୩ଜଣ ଯୁବକ କୋରୋନା ଆକ୍ରାନ୍ତରୁ ସୁସ୍ଥ ହୋଇ ପ୍ଲାଜମା ଦାନ କରିବାକୁ ଉତ୍ସାହିତ ହୋଇଥିଲେ। ତେବେ ସେମାନଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟାରେ ୩ ଯୁବକ ପ୍ଲାଜମା ଦାନ କରି ଫେରିଛନ୍ତି।ଏହି ଯୁବକମାନେ ହେଲେ କଙ୍କଡାହାଡ ବ୍ଳକ ଗତରେଇ ଗ୍ରାମର ଅନୀଲ ନାଏକ, କନ୍ଧରା ଗ୍ରାମର ହିମାଂଶୁ ସେନାପତି ଓ କଙ୍କଡାହାଡ ଗ୍ରାମର ସିଂଙ୍ଗାରୀ ହୋତା ।

ପ୍ଲାଜମା ଦାନ କରିଥିବା ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

ଏମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ସାହିତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସୌଦାମିନୀ ସେଠୀ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ପୂର୍ବରୁ ଭୁବନ ଅଞ୍ଚଳରୁ ୪ଜଣ ବ୍ୟକ୍ତି ପ୍ଲାଜମା ଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସଦର ଉପଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, କଙ୍କଡାହାଡ ବ୍ଳକ ସହକାରୀ ଯନ୍ତ୍ରୀ ଅକ୍ଷୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details