ଓଡିଶା

odisha

ETV Bharat / briefs

ପିଙ୍କ୍ ବୁଥ ପୋଲିଂ ନେଇ ଉତ୍ସାହିତ ମହିଳା - general election

ଚଳିତ ବର୍ଷର ଲୋକସଭା ନିର୍ବାଚନ ପାଇଁ ଦେଶରେ ପ୍ରଥମଥର ପାଇଁ ପିଙ୍କ ବୁଥ୍ ସ୍ଥାପନ କରାଯାଇଛି । ଯାହା କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ଆସନ୍ତୁ ଶୁଣିବା ପିଙ୍କ୍ ବୁଥ ନେଇ କଣ ପ୍ରତିକ୍ରିୟା ରଖିଛନ୍ତି ମହିଳା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Apr 27, 2019, 1:52 PM IST

ବାଲେଶ୍ବର: ଶେଷ ହୋଇଯାଇଛି ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ମତଦାନ । ଆସନ୍ତା ସୋମବାର ତଥା ଏପ୍ରିଲ 29 ତାରିଖରେ ହେବ ଚତୁର୍ଥ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ରାଜ୍ୟରେ 6ଟି ଲୋକସଭା ଓ 41ଟି ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯିବ । ଚଳିତ ବର୍ଷର ଲୋକସଭା ନିର୍ବାଚନ ପାଇଁ ଦେଶରେ ପ୍ରଥମଥର ପାଇଁ ପିଙ୍କ ବୁଥ୍ ସ୍ଥାପନ କରାଯାଇଛି। ଯାହା କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ଏହି ପିଙ୍କ୍ ବୁଥ ନେଇ ମହିଳା କେତେ ଉତ୍ସାହିତ ଅଛନ୍ତି, ତାହା ଜାଣିବାକୁ ଆମ ପ୍ରତିନିଧି ବାଲେଶ୍ବର ଜିଲ୍ଲାର ପିଙ୍କ୍ ବୁଥର କିଛି ମହିଳା କର୍ମୀଙ୍କୁ ଭେଟିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ପ୍ରଥମ କରି ପିଙ୍କ ବୁଥ୍ ହୋଇଥିବାରୁ ବେଶ ଉତ୍ସାହିତ ଥିବା କିଛି ମହିଳା କର୍ମୀ କହିଥିବାବେଳେ ଅନେକଙ୍କ ମନରେ ସାମାନ୍ୟ ଭୟ ଥିବା କହିଛନ୍ତି । ତେବେ ମହିଳାଙ୍କ ପାଇଁ ଏଭଳି ପଦକ୍ଷେପ ନେଇ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ ଦିଆଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details