ଓଡିଶା

odisha

ETV Bharat / briefs

ନବୀନଙ୍କ ଚିଠିର ଉତ୍ତର ରଖିଲେ ଧର୍ମେନ୍ଦ୍ର, ମିଳିବ 1000 କିଲୋ ଲିଟର କିରୋସିନ - FANI EFFECTED PEOPLE

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଫନି ବିପନ୍ନଙ୍କୁ ଯୋଗାଇ ଦେବ ଏକ ହଜାର ଲିଟର କିରୋସିନ ।

ଫାଇଲ ଫଟୋ

By

Published : May 13, 2019, 3:14 PM IST

ଭୁବନେଶ୍ବର: ସାମୁଦ୍ରିକ ଝଡ ଫନିରେ ଖିନଭିନ ହୋଇଯାଇଥିବା ଉପକୂଳ ଓଡିଶା ଏକ ପ୍ରକାର ଧ୍ବସ୍ତ ହୋଇଯାଇଛି । ଏବେ ଉପକୂଳ ଓଡିଶାର ପୁନଃ ନିର୍ମାଣ ପାଇଁ ସବୁ ସ୍ତରରୁ ଉଦ୍ୟମ ଜୋରଦାର ଆରମ୍ଭ ହୋଇଯାଇଛି । କେନ୍ଦ୍ରସରକାର ତାଙ୍କର ସଂଘୀୟ ବ୍ୟବସ୍ଥା ଅନୁସାରେ ରାଜ୍ୟକୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେଉଛନ୍ତି ।

ସେପଟେ ବାତ୍ୟା ଅଞ୍ଚଳରେ ପ୍ରଭାବିତଙ୍କୁ ମାଗଣାରେ ଏକ ହଜାର କିଲୋ ଲିଟର କିରୋସିନ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ । ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ରାଜ୍ୟ ସରକାର ଯେଉଁ କିରୋସିନ ପାଇଁ ସହାୟତା ମାଗିଥିଲେ ତାହା ତାଙ୍କ ମନ୍ତ୍ରଣାଳୟ ମଞ୍ଜୁର କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଧର୍ମେନ୍ଦ୍ର କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ବାତ୍ୟା ପ୍ରଭାବିତଙ୍କ ପାଇଁ ମାଗଣାରେ ଏକ ହଜାର ଲିଟର କିରୋସିନ ଯୋଗାଇ ଦିଆଯିବ। ଏଥିପାଇଁ ଏକ ହଜାର ଲିଟର କିରୋସିନର ମୂଲ୍ୟ ୩.୨ କୋଟି ଟଙ୍କା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅଥବା ରାଜ୍ୟ ତହବିଲକୁ ଯୋଗାଇ ଦେବେ। ଏହାସହ ପେଟ୍ରୋଲିୟମ ମନ୍ତ୍ରଣାଳୟ ତରଫରୁ ଆଉ ଅତିରିକ୍ତ ଏକ ହଜାର ଲିଟର କିରୋସିନ ରାଜ୍ୟ ସରକାର ସରକାରୀ ବିଧି ବ୍ୟବସ୍ଥାରେ ନେବା ପାଇଁ ଆବଶ୍ୟକୀୟ ଅନୁମତି

ପ୍ରଦାନ କରାଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏଥିସହ ଧର୍ମେନ୍ଦ୍ର କହିଛନ୍ତି ବାତ୍ୟା ପରେ ପରେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ ଓ

ଏଲପିଜି ଉପଲବ୍ଧ କରାଯାଇଛି ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡିକ ବାତ୍ୟା ପ୍ରଭାବିତ ଉପକୂଳ ଓଡିଶାରେ ରିଲିଫ ପାଇଁ ସବୁ ପ୍ରକାର

ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details