ଭଦ୍ରକ: ଜିଲ୍ଲାରେ ତେଜିବାରେ ଲାଗିଛି ମଦ ମୃତ୍ୟୁ ଘଟଣା। ଏଭଳି ଅଭାବନୀୟ ଘଟଣା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସି ପୀଡିତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଦେଖିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ ପ୍ରଶାସନର ନିରବତାକୁ ସମାଲୋଚନା କରିବା ସହ ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।
ଭଦ୍ରକ ମଦ ମୃତ୍ୟୁ ଘଟଣା: ଡାକ୍ତରଖାନାରେ ପୀଡିତଙ୍କୁ ଭେଟିଲେ ପିସିସି ମୁଖିଆ
ଭଦ୍ରକ ଜିଲ୍ଲା ମଦ ମୃତ୍ୟୁ ଘଟଣାରେ ଜିଲ୍ଲା ମୁଖ୍ୟଡାକ୍ତରଖାନାକୁ ଆସି ପୀଡିତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଦେଖିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ।
ଫଟୋ ସୌଜନ୍ୟ: ସମ୍ବାଦଦାତା ଭଦ୍ରକ
ନିରଞ୍ଜନ କହିଛନ୍ତି, ପୀଡିତମାନଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସଠିକ୍ ରହିଛି। ଏହାସହ ମୃତ୍ୟୁମୁଖରେ ପଡିଥିବା ଲୋକମାନଙ୍କ ପାଇଁ ସେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଯେଉଁମାନେ ବିଷାକ୍ତ ମଦ ଦେଇ ସାଧାରଣ ଲୋକମାନଙ୍କୁ ମୃତ୍ୟୁମୁଖରେ ପକାଇଛନ୍ତି, ସେମାନେ କ୍ଷତିପୂରଣ ଦିଅନ୍ତୁ ବୋଲି ଦାବି କରିଛନ୍ତି ନିରଞ୍ଜନ। ଏହି ଘଟଣା ପଛରେ ଥିବା ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସେ ଦାବି କରିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
Last Updated : May 2, 2019, 5:15 PM IST