ଓଡିଶା

odisha

ETV Bharat / briefs

ନିଆଳିରେ ଶାନ୍ତିଶୃଙ୍ଖଳା ସହ ଚାଲିଛି ମତଦାନ - niali

ନିଆଳିରେ ଶାନ୍ତିଶୃଙ୍ଖଳା ସହ ଚାଲିଛି ମତଦାନ । ମକ ପୋଲ ଠୁ ଆରମ୍ଭ କରି ପୋଲିଂ ପର୍ଯ୍ୟନ୍ତ ଏଯାବତ୍ ଇଭିଏମ ଓ ଭିଭିପାଟ ମେସିନରେ କୌଣସି ତ୍ରୁଟି ପରିଲକ୍ଷିତ ହୋଇନାହିଁ । ଫଳରେ ବେଶ ଉତ୍ସାହ ଓ ଆନନ୍ଦର ସହ ଭୋଟ ଦେଉଛନ୍ତି ଭୋଟର୍ସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Apr 29, 2019, 11:08 AM IST

କଟକ: ଆଜି ସାଧାରଣ ନିର୍ବାଚନର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହି ପରିପେକ୍ଷୀରେ ନିଆଳିରେ ଶାନ୍ତି ଶୃଙ୍ଖଳା ସହ ଚାଲିଛି ମତଦାନ । ମକ ପୋଲ ଠୁ ଆରମ୍ଭ କରି ପୋଲିଂ ପର୍ଯ୍ୟନ୍ତ ଏଯାବତ୍ ଇଭିଏମ ଓ ଭିଭିପାଟ ମେସିନରେ କୌଣସି ତ୍ରୁଟି ପରିଲକ୍ଷିତ ହୋଇନାହିଁ । ଫଳରେ ବେଶ ଉତ୍ସାହ ଓ ଆନନ୍ଦର ସହ ଭୋଟର୍ସ ଭୋଟ ଦେଉଥିବା ପ୍ରିଜାଇଡିଂ ଅଫିସର ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେପଟେ ଭୋଟର୍ସ ଭିନ୍ନ ଭିନ୍ନ ଧାଡିରେ ଛିଡା ହୋଇ ଭୋଟ ଦେଉଛନ୍ତି । ଦେଶ ଗଠନ କରିବା ଏବଂ ପରିବର୍ତ୍ତନ ଆଣିବାରେ ସେହି ଅଞ୍ଚଳର ଦିବ୍ୟାଙ୍ଗମାନେ ମଧ୍ୟ ପଛଘୁଞ୍ଚା ଦେଇନାହାଁନ୍ତି । ସକାଳୁ ଆସି ଶାନ୍ତିଶୃଙ୍ଖଳା ସହ ମତଦାନ କରିଛନ୍ତି ।

ଭୋଟରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଭୋଟ କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳ 7ଟାରୁ ବ୍ରାହ୍ମଣ ଝରିଲୋ ନୋଡାଲ ସ୍କୁଲର ବୁଥ୍ ନଂ 7 ଏବଂ 8ରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା 200ରୁ ଊର୍ଦ୍ଧ୍ବ ଭୋଟିଂ ହୋଇସାରିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details