ଓଡିଶା

odisha

ETV Bharat / briefs

କେନ୍ଦୁଝର ଜିଲ୍ଲାକୁ ଦୁଇଟି ଆମ୍ବୁଲାନ୍ସ ଦେଲେ ପିସିସି ସଭାପତି - ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଲୋକ ସେବକ ମଣ୍ଡଳକୁ ଦୁଇଟି ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

PCC president donate ambulances
PCC president donate ambulances

By

Published : May 21, 2021, 7:02 PM IST

ଭୁବନେଶ୍ବର: କୋରୋନା ମହାମାରୀ ରାଜ୍ୟରେ ଏକ ଭୟାନକ ପରସ୍ଥିତିରେ ପହଞ୍ଚିଲାଣି । କୋରୋନା ସଂକ୍ରମଣ ସହରରୁ ଗ୍ରାମାଞ୍ଚଳ ଆଡ଼କୁ ଦ୍ରୁତି ଗତିରେ ଗତି କରୁଛି । ଜନସାଧାରଣ ବିଶେଷ କରି କୋରୋନା ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆମ୍ବୁଲାନ୍ସ, ଟୀକାକରଣ, ଅକ୍ସିଜେନ, ଟେଂଷ୍ଟି ଏସବୁ କ୍ଷେତ୍ରରେ ରାଜ୍ୟ ସରକାର ଆବଶ୍ୟକତା ଦୃଷ୍ଟିରୁ ସଫଳ ହୋଇପାରୁ ନାହାଁନ୍ତି ।

ଆମ୍ବୁଲାନ୍ସ ଦାନ କଲେ ପିସିସି ସଭାପତି

କଂଗ୍ରେସ ଦଳ ପୀଡ଼ିତକୁ ସାହାଯ୍ୟ ଓ ସହଯୋଗ ଯଥାସମ୍ଭବ ଜାରି ରଖିଛି । ଏଆଇସିସିର ନିର୍ଦ୍ଦେଶକ୍ରମେ ରାଜିବ ଗାନ୍ଧୀଙ୍କ ଶ୍ରାଦ୍ଧଦିବସକୁ କୋରୋନା ପୀଡ଼ିତଙ୍କୁ ସେବାକରି ରାଜୀବଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପିସିସି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଲୋକ ସେବକ ମଣ୍ଡଳକୁ ଦୁଇଟି ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି ।

ଆମ୍ବୁଲାନ୍ସ ଦାନ କଲେ ପିସିସି ସଭାପତି

ଏହି ଦୁଇଟି ଆମ୍ବୁଲାନ୍ସକୁ କେନ୍ଦୁଝର ଜିଲ୍ଲାର ବିଶେଷ କରି ଘସିପୁରା, ଘଟଗାଁ, ଆନନ୍ଦପୁର, ହରିଚନ୍ଦନପୁର ଅଞ୍ଚଳର କୋରୋନା ଆକ୍ରାନ୍ତଙ୍କ ସେବାରେ କାର୍ଯ୍ୟରେ ଲଗାଇବାକୁ ଅନୁରୋଧ କରିଛନ୍ତି । ଏହି ଅବସରରେ କଟକସ୍ଥିତ ଗୋପବନ୍ଧୁ ଭବନ ପରିସରରେ ଲୋକସେବା ମଣ୍ଡଳର ରାଷ୍ଟ୍ରିୟ ସଂପାଦକ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଲୋକସେବା ମଣ୍ଡଳକୁ ଦୁଇଟି ଆମ୍ବୁଲାନ୍ସ ଗାଡ଼ିକୁ ନିରଞ୍ଜନ ପଟ୍ଟନାୟକଙ୍କ ସୁପୁତ୍ର ଦେବଜ୍ୟୋତି ପଟ୍ଟନାୟକ ଏବଂ ଭାଇ ନବ ପଟ୍ଟନାୟକ ପ୍ରଦାନ କରିଛନ୍ତି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡ. ଆଚାର୍ଯ୍ୟ ନିରଞ୍ଜନଙ୍କ ଅନୁରୋଧ କ୍ରମେ ଆମ୍ବୁଲାନ୍ସ ଦୁଇଟିକୁ କେନ୍ଦୁଝର କୋଭିଡ ରୋଗୀଙ୍କ ସେବାରେ ଲାଗିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କେନ୍ଦୁଝର ବାସୀଙ୍କ ପାଖରେ କଂଗ୍ରେସ ସବୁବେଳେ ସୁଖଦୁଃଖରେ ଛିଡ଼ା ହୋଇଛି । ବର୍ତ୍ତମାନ କୋରୋନା ମହାମାରୀ ସମୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦୁଝରର ଗରିବ ଜନସାଧାରଣଙ୍କ ପାଇଁ ଦୁଇଟି ଆମ୍ବୁଲାନ୍ସ ଲୋକସେବା ମଣ୍ଡଳକୁ ପ୍ରଦାନ କରିଛନ୍ତି ଯାହାକି ଘଷିପୁରା, ଘଟଗାଁ ଓ ଆନନ୍ଦପୁର, ହରିଚନ୍ଦନପୁରର ଗରିବ ଲୋକଙ୍କ ସେବାରେ ଲାଗିବ । ଯଦି ଆଗକୁ ଆହୁରି କିଛି ସାହାଯ୍ୟ ଦରକାର ପଡ଼େ ଆମେ ଦେବାକୁ ପ୍ରସ୍ତୁତ ଅଛୁ ବୋଲି ଦେବଜ୍ୟୋତି ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details