ଭୁବନେଶ୍ବର: ପୁଣି ଜୋର ଧରିଲା ଓଡିଶା ପିସିସି ସଭାପତି ପରିବର୍ତ୍ତନ ଦାବି । ବରିଷ୍ଠ ନେତା ଏନେଇ ଖୁଲାମଖୁଲା ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରିବା ପରେ ହାଇକମାଣ୍ଡଙ୍କ ଉପରେ ଏକପ୍ରକାରର ଚାପ ପଡିଛି ।
ବରିଷ୍ଠ ନେତା କାହ୍ନୁ ଲେଙ୍କା ଓ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ବାଳଙ୍କ ମଧ୍ୟରେ କଥା କଟାକଟି ପରେ ଏବେ ଅନେକ ନେତା ପିସିସି ସଭାପତି ବଦଳାଇବା ପାଇଁ ଅଡି ବସିଛନ୍ତି । ଏନେଇ ବରିଷ୍ଠ ନେତା ଗଣେଶ୍ୱର ବେହେରା କହିଛନ୍ତି, ଏପରି ଏକ ନେତାଙ୍କୁ ପିସିସି ସଭାପତି ପଦ ଦିଆଯାଉ ଯେଉଁମାନେ କି ଯୋଗ୍ୟ ବିବେଚିତ ହେବେ । ଏଥିପାଇଁ ସେ 3ଟି ମାପଦଣ୍ଡ ମଧ୍ୟ ଧାର୍ଯ୍ୟ କରିଛନ୍ତି। ପ୍ରଥମତଃ ସେ ନିର୍ବାଚନରେ ଜିତିଥିବା ଦରକାର । ଦ୍ବିତୀୟତଃ ତାଙ୍କୁ ପୂର୍ଣ୍ଣ ସ୍ୱାଧୀନତା ମିଳିବା ଉଚିତ୍ । ତୃତୀୟତଃ ସେ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ ଥିବା ଆବଶ୍ୟକ ରହିଛି ।