ଓଡିଶା

odisha

ETV Bharat / briefs

ପୁଣି ଘୁଞ୍ଚିଲା ପାଟକୁରା ନିର୍ବାଚନ

ଫନି ପରବର୍ତ୍ତୀ ଥଇଥାନ କାର୍ଯ୍ୟ ପାଇଁ ଘୁଞ୍ଚିବ ପାଟକୁରା ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ତଥା ପାଟକୁରା ବିଧାନସଭା ରିଟର୍ଣ୍ଣିଂ ଅଫିସର ସଞ୍ଜୟ କୁମାର ମିଶ୍ର ।

By

Published : May 7, 2019, 9:57 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା


କେନ୍ଦ୍ରାପଡା: ପୁଣି ଘୁଞ୍ଚିଲା ପାଟକୁରା ନିର୍ବାଚନ । ସୋମବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ତଥା ପାଟକୁରା ବିଧାନସଭା ରିଟର୍ଣ୍ଣିଂ ଅଫିସର ସଞ୍ଜୟ କୁମାର ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ରାଜ୍ୟରେ ବାତ୍ୟା ଫନିର ପରବର୍ତ୍ତୀ ରିଲିଫ୍ ପରିଚାଳନା ଚାଲିଥିବାରୁ ଏବେ ନିର୍ବାଚନ କରିବା ସମ୍ଭବ ନୁହଁ ତେଣୁ ନିର୍ବାଚନକୁ 60 ଦିନ ପାଇଁ ଘୁଞ୍ଚାଇ ଦିଆଗଲା ବୋଲି ସୂଚନା ଦେଇଛନ୍ତି ଉପ ଜିଲ୍ଲାପାଳ । ସୋମବାର ଠାରୁ 60 ଦିନପରେ ପୁନର୍ବାର ତାରିଖ ଘୋଷଣା ହେବ । ତେବେ ପାଟକୁରା ବିଧାନସଭା କ୍ଷେତ୍ରରେ ଯେଉଁ ମାନେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସେମାନଙ୍କର ଫର୍ମ 7 ଦାଖଲ ଅନୁସାରେ ପ୍ରାର୍ଥୀତ୍ୱ କାଏମ ରହିବ ବୋଲି ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details