ବୌଦ୍ଧ: ଜିଲ୍ଲା କଣ୍ଟାମାଳ ସଦର ମହକୁମା ବସଷ୍ଟାଣ୍ଡରେ ଶୌଚାଳୟ ନଥିବା ଅଭିଯୋଗ ହୋଇଛି । ଏନେଇ ସାଧାରଣରେ ଜନ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରାୟ 20ଟି ପଞ୍ଚାୟତର ଲୋକେ ଏହି ବସଷ୍ଟାଣ୍ଡ ଉପରେ ନିର୍ଭର କରୁଥିବାବେଳେ ଶୌଚାଳୟ ନଥିବାରୁ ଦୂରଦୂରାନ୍ତରରୁ ଆସୁଥିବା ଯାତ୍ରୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବସଷ୍ଟାଣ୍ଡରେ ଶୌଚାଳୟ ନଥିବାରୁ ଯାତ୍ରୀ ଜନଅସନ୍ତୋଷ - bus stand
କଣ୍ଟାମାଳ ଜିଲ୍ଲା ସଦର ମହକୁମା ବସଷ୍ଟାଣ୍ଡରେ ଶୌଚାଳୟ ନଥିବାରୁ ଦୂରଦୂରାନ୍ତରରୁ ଆସୁଥିବା ଯାତ୍ରୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏହି ବସଷ୍ଟାଣ୍ଡରେ ଏକ ଶୌଚାଳୟ ସ୍ଥାପନା କରିବାକୁ ସାଧାରଣରେ ଦାବି ହୋଇଛି ।
![ବସଷ୍ଟାଣ୍ଡରେ ଶୌଚାଳୟ ନଥିବାରୁ ଯାତ୍ରୀ ଜନଅସନ୍ତୋଷ](https://etvbharatimages.akamaized.net/etvbharat/prod-images/768-512-3575825-thumbnail-3x2-toilet.jpg)
ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ
ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ
ବିଶେଷ କରି ମହିଳାଯାତ୍ରୀ ନାନା ସମସ୍ୟାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି । ଆଗାମୀ ଦିନରେ କଣ୍ଟାମାଳ ଏକ ସବଡିଭିଜନ ହେବାକୁ ଯାଉଥିବା ବେଳେ ତୁରନ୍ତ ଏହି ବସଷ୍ଟାଣ୍ଡରେ ଏକ ଶୌଚାଳୟ ସ୍ଥାପନା କରିବାକୁ ସାଧାରଣରେ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ