ଓଡିଶା

odisha

ETV Bharat / briefs

ଚଳନ୍ତା ଟ୍ରେନରୁ ଖସିପଡି ଦୁଇଗୋଡ ହରାଇଲେ ବୃଦ୍ଧ

ରାଉରକେଲା ବନ୍ଧମୁଣ୍ଡା ରେଳଷ୍ଟେସନର ଟାଟା ଯିବାକୁ ଥିବା ପାସେଞ୍ଜର ଟ୍ରେନରେ ଚଢୁଥିବାବେଳେ ଖସି ପଡିଲେ ବୃଦ୍ଧ । ଦୁର୍ଘଟଣାରେ ବୃଦ୍ଧ ଜଣକ ନିଜର 2ଟି ଗୋଡ ହରାଇଛନ୍ତି ।

By

Published : Jun 21, 2019, 4:23 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା


ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ରେଳଷ୍ଟେସନରେ ଅଘଟଣ । ସାମାନ୍ୟ ଅସାବଧାନତା କାରଣରୁ ନିଜର 2ଟି ଗୋଡ ହରାଇଲେ ବନ୍ଧମୁଣ୍ଡା ଡୁମେର୍ତା ଅଞ୍ଚଳର ଦୁର୍ଗା ମାହତୋ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଦୁର୍ଗା ଟାଟାରେ ରହୁଥିବା ନିଜର ଜଣେ ସମ୍ପର୍କୀୟଙ୍କ ଘରକୁ ଯିବା ପାଇଁ ବନ୍ଧମୁଣ୍ଡା ରେଳ ଷ୍ଟେସନରେ ପାସେଞ୍ଜର ଟ୍ରେନରେ ଚଢୁଥିଲେ । ହେଲେ ଟ୍ରେନଟି ଛାଡି ଦେବାରୁ ସେ ଟ୍ରେନ ଚକା ତଳେ ପଡିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଦୁର୍ଘଟଣାରେ ଦୁର୍ଗାଙ୍କ ଜୀବନ ବଞ୍ଚି ଯାଇଛି ସତ ହେଲେ ସେ ନିଜର 2ଟି ଗୋଡ ହରାଇଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details