ଓଡିଶା

odisha

ETV Bharat / briefs

ସ୍ବାମୀ ବିଦେଶରେ, ଦିବ୍ୟାଙ୍ଗ ଶାଶୁ-ଦିଅରଙ୍କ ଭାର ସ୍ତ୍ରୀ ଉପରେ

କିଛି ବର୍ଷ ପୂର୍ବେ ଅଜଣା ରୋଗରେ କବଳିତ ପାଲାସା ମାଙ୍ଗାମାଙ୍କ ଦିଅର ଏବଂ ଶାଶୁଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଖୁବ୍ ଶୀଘ୍ର ଉଭୟଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।

By

Published : May 6, 2019, 3:08 PM IST

Updated : May 7, 2019, 7:32 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ


କୋରାପୁଟ: ସ୍ବାମୀ ସହ ସୁଖର ସଂସାର କରିବା ବଦଳରେ କରୁଛନ୍ତି ଦିବ୍ୟାଙ୍ଗ ଶାଶୁ ଓ ଦିଅରର ସେବା । ଆଉ ନିଜ ପରିବାର ଚଳାଇବାକୁ ବାହାରେ ଦାଦନ ଖଟୁଛନ୍ତି ସ୍ବାମୀ । ଏଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ପାନ୍ତାଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ସିଡିପୁଟ ଗାଁର । 10 ବର୍ଷ ପୂର୍ବେ ଦିଅର କ୍ରୀଷ୍ଣାରୀ ପାଲାସୀ ଏକ ଅଜଣା ରୋଗରେ କବଳିତ ହେବାରୁ ତାଙ୍କର ଗୋଡ 2ଟି ଅକାମୀ ହୋଇଯାଇଛି । ସେହିପରି 5 ବର୍ଷ ପୂର୍ବେ ଶାଶୁ ମଧ୍ୟ ଖଟିଆ ଧରିଥିଲେ । ଏଭଳି ସ୍ଥିତିରେ ପାଲାସୀ ମାଙ୍ଗାମାଙ୍କ ପାଇଁ ଘର ସମ୍ଭାଳିବା କଷ୍ଟ ହୋଇପଡିଥିଲା । ଆଉ ଏଥିରେ ତାଙ୍କୁ ବେଶୀ କଷ୍ଟ ଦେଇଥିଲା ଅର୍ଥ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସେପଟେ ନିଜ ପରିବାରର ଭାର ଉଠାଇବାକୁ ରାଜ୍ୟରେ କାମ ନ ମିଳିବାରୁ ବିଶାଖାପାଟଣା ଦାଦନ ଖଟିବାକୁ ଯାଇଛନ୍ତି ବଡ ପୁଅ ପାଲାସୀ ନଗେଶ । ସ୍ବାମୀ ବାହାରକୁ ଯିବା ପରେ ଆନ୍ଧ୍ରପ୍ରଦେଶର ଏକ ଅଖ୍ୟାତ ଗାଁର ସଦ୍ୟବିବାହିତ ଝିଅ ପାଲାସୀ ମାଙ୍ଗାମା ଉଠେଇଥିଲେ ଶାଶୁ ଓ ଦିଅରଙ୍କ ଭାର । ଏକୁଟିଆ ଏତେ ବଡ ଦାୟିତ୍ୱ ସମ୍ଭାଳିବା ତାଙ୍କ ପାଇଁ କଷ୍ଟଦାୟୀ ଥିଲା । କିନ୍ତୁ ମାଙ୍ଗାମା ଏଥିରେ ଭାଙ୍ଗି ନପଡି ଗତ 5 ବର୍ଷ ହେବ ନିଜ ବୋହୂର ଦାୟିତ୍ବ ଉଠାଇଥିଲେ ।

ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥିବା ଦିଅରଙ୍କ ଖାଇବା କଥା ଠୁ ଆରମ୍ଭ କରି ଶଯ୍ୟାଶାୟୀ ଶାଶୁଙ୍କୁ ଯାବତୀୟ କାର୍ଯ୍ୟ ସେ କରିଥାନ୍ତି । ତେବେ ଚିକିତ୍ସା ପାଇଁ କ୍ରୀଷ୍ଣାରୀ ଡାକ୍ତରଖାନାଙ୍କୁ ଦେଖାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଦିବ୍ୟାଙ୍ଗ ଭତ୍ତା ବାବଦକୁ ତାଙ୍କୁ ମାସକୁ ୫୦୦ ଟଙ୍କା ଭତ୍ତା ମିଳୁଛି । ତାଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଗଲେ କ୍ରୀଷ୍ଣାରୀ ପୁଣି ଥରେ ଚାଲି ବୁଲି ପାରନ୍ତେ ବୋଲି ଗ୍ରାମବାସୀ ଆଶାପୋଷଣ କରିଛନ୍ତି ।

ତତସହିତ ବୁଢ଼ୀ ମାର ଚିକିତ୍ସା କରାଯିବା ଓ ଶଯ୍ୟାଶାୟୀ ଶାଶୁଙ୍କୁ ଭତ୍ତା ପ୍ରଦାନ କରାଯିବାର ଆବଶ୍ୟକତା ରହିଛି । ପରିବାରର ଏଭଳି ଅବସ୍ଥା ସମ୍ପର୍କରେ ଆମ ପ୍ରତିନିଧିଙ୍କ ଠାରୁ ଜାଣିବା ପରେ ଖୁବ୍ ଶୀଘ୍ର ଉଭୟଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Last Updated : May 7, 2019, 7:32 AM IST

ABOUT THE AUTHOR

...view details