ଓଡିଶା

odisha

ବାତ୍ୟାରେ ଓପିଟିସିଏଲ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ 10 ଲକ୍ଷ ଅନୁକମ୍ପା ରାଶି

By

Published : May 24, 2021, 9:00 PM IST

ଓପିଟିସିଏଲର ବଡ ଘୋଷଣା, ବାତ୍ୟାରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ 10 ଲକ୍ଷ ଅନୁକମ୍ପା ରାଶି । ଅଧିକ ପଢନ୍ତୁ...

CM Naveen patnaik
CM Naveen patnaik

ଭୁବନେଶ୍ବର: ସ୍ଥଳଭାଗ ଆଡ଼କୁ ମାଡି ଆସୁଛି ବାତ୍ୟା ୟଶ । ଯେତେ ପାଖଉଛି ହୃଦସ୍ପନ୍ଦନ ସେତିକି ବଢୁଛି । ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ଓପିଟିସିଏଲ ପକ୍ଷରୁ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବାତ୍ୟାରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ 10 ଲକ୍ଷ ଅନୁକମ୍ପା ରାଶି । ଏନେଇ ଘୋଷଣା କରିଛି ଓପିଟିସିଏଲ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ବିଟ

ବାତ୍ୟା ପରେ ବିଦ୍ୟୁତ ସରବରାହ ସ୍ବାଭାବିକ କରିବାକୁ କାମ କରିବେ ଓପିଟିସିଏଲ କର୍ମଚାରୀ । ଏହି ସମୟରେ ଯଦି କୌଣସି କର୍ମଚାରୀଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି । ଏ ନେଇ ଓପିଟିସିଏଲ ପକ୍ଷରୁ ଆଜି ଘୋଷଣା କରାଯାଇଛି ।

ସେହିପରି ଯଦି ବାତ୍ୟା ମୁକାବିଲା ସମୟରେ କୌଣସି କର୍ମଚାରୀ ଆହତ ହୁଅନ୍ତି, ସେମାନଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ଓପିଟିସିଏଲ ବହନ କରିବ । ଏଥିସହ ସରକାରୀ ନିୟମ ଅନୁସାରେ ଅନ୍ୟ ଯୋଜନାରେ ମଧ୍ୟ ଲାଭବାନ ହେବେ ବୋଲି ଓପିଟିସିଏଲ୍‌ ଘୋଷଣା କରିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details