ଓଡିଶା

odisha

ETV Bharat / briefs

ସାନିଟାଇଜର ବୋତଲରେ ନିଆଁ ଲାଗି ଜଣେ ମୃତ - ମହାରାଷ୍ଟ୍ରର ନାସିକ

କୋରୋନା ଭଳି ସଙ୍କଟ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ନାସିକରେ ସାନିଟାଇଜର କାରଣରୁ ନିଆଁ ଲାଗିଯିବାରୁ ଜଣେ ବ୍ୟକ୍ତି ଜଳି ଯାଇ ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ସାନିଟାଇଜର ବୋତଲରେ ନିଆଁ ଲାଗି ଜଣେ ମୃତ
ସାନିଟାଇଜର ବୋତଲରେ ନିଆଁ ଲାଗି ଜଣେ ମୃତ

By

Published : Sep 3, 2020, 9:56 PM IST

ମୁମ୍ବାଇ: ଦେଶରେ କୋରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥି ସହିତ ଲୋକମାନେ କୋରୋନାକୁ ରୋକିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ଅନେକ ପଦକ୍ଷେପ ନେଉଛନ୍ତି। ଏନେଇ ଲୋକେ ବହୁଳ ଭାବରେ ସାନିଟାଇଜର ବ୍ୟବହାର କରୁଛନ୍ତି। କିନ୍ତୁ ଏବେ ସାନିଟାଇଜର କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ସାମ୍ନାକୁ ଆସିଛି।

କୋରୋନା ସଙ୍କଟ ଆସିବା ପରେ ସାନିଟାଇଜର ବ୍ୟବହାର କରିବା ଏକ ସାଧାରଣ କଥା ହୋଇଗଲାଣି । ତେବେ ମହାରାଷ୍ଟ୍ରର ନାସିକରେ ସାନିଟାଇଜର କାରଣରୁ ନିଆଁ ଲାଗିଯିବାରୁ ଜଣେ ବ୍ୟକ୍ତି ଜଳି ଯାଇ ତାଙ୍କର ମୃତ୍ୟୁ ହୋଇଛି । ବ୍ୟକ୍ତିଙ୍କ ବୟସ ୫୬ବର୍ଷ । ତେବେ ନିଆଁ ଲାଗି ତାଙ୍କ ଶରୀର ୬୮ପ୍ରତିଶତ ଜଳି ଯାଇଥିଲା। ଯାହା ପରେ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୋଲିସ ସୂଚନାମୁତାବକ, ଅନିଲ ସୂଚକ ନାମକ ଜଣେ ବ୍ୟକ୍ତି ଅଗଷ୍ଟ 30 ରେ ଏକ ବୋତଲରେ ସାନିଟାଇଜର ଭର୍ତ୍ତି କରୁଥିବା ବେଳେ ସାନିଟାଇଜର ଗ୍ୟାସ ଚୁଲାର ଉତ୍ତାପ ସଂସ୍ପର୍ଶରେ ଆସିଥିଲା । ଫଳରେ ନିଆଁ ଲାଗିଯାଇ ଅନିଲଙ୍କ ଶରୀର ମଧ୍ୟ ଜଳି ଯାଇଥିଲା । ତେବେ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ସେପ୍ଟେମ୍ବର ୧ରେ ଜିଲ୍ଲା ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ABOUT THE AUTHOR

...view details