ଝାରସୁଗୁଡା: ରାଜ୍ୟରେ ବଜ୍ରପାତ ମୃତ୍ୟୁ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ଏହି ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟର ଅନେକ ମୁଣ୍ଡ ନେଲାଣି । ଯାହାକୁ ନେଇ ସରକାର ଓ ପାଣିପାଗ ବିଭାଗ ଏହାର ନିରାକରଣ ଖୋଜୁଥିବା ବେଳେ ପ୍ରାଥମିକ ଅବସ୍ଥାରେ ଆଗୁଆ ସାମ୍ଭାବ୍ୟ ବଜ୍ରପାତ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଉଛି ।
ଥମୁନି ବଜ୍ରପାତ ବଜ୍ର; ଝାରସୁଗୁଡାରେ ଜଣେ ମୃତ
ବଜ୍ରାଘାତରେ ଝାରସୁଗୁଡାରେ ଚାଲିଗଲା ଜଣକ ଜୀବନ । ରାଜ୍ୟରେ ବଢୁଥିବା ବଜ୍ରପାତ ମୃତ୍ୟୁକୁ ନେଇ ଚିନ୍ତାରେ ସରକାର ଓ ସାଧାରଣ ଲୋକ ।
ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
ଆଜି ପୁଣି ଝାରସୁଗୁଡା ଜିଲ୍ଲାରେ ଜଣଙ୍କର ଜୀବନ ନେଇଛି ବଜ୍ରପାତ । ମୃତକ ଜଣକ ହେଲେ କୋଲାବିରା ଥାନା ଅନ୍ତର୍ଗତ ପାରେଖପଡାର କାର୍ତ୍ତିକ ପାରେଖ । ସେ ସାଇକେଲରେ ଯାଉଥିବାବେଳେ ବଜ୍ରାଘାତରେ ସେଠାରେ ହିଁ ଟଳି ପଡିଥିଲେ ।