ଓଡିଶା

odisha

ETV Bharat / briefs

ପୋଲିସ ମାଡରେ ଜଣେ ମୃତ, ପ୍ରତିଶ୍ରୁତି ପରେ ମୃତକଙ୍କ ଅନ୍ତିମ ସଂସ୍କାର - alligation

ଖାକିରେ ଲାଗିଲା କଳଙ୍କ । ଦେଶକୁ ସୁରକ୍ଷା ଦେଉଥିବା ରକ୍ଷକ ଆଜି ଭକ୍ଷକ ସାଜିଛି । ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଘର ଓ କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ମୃତକଙ୍କ ଅନ୍ତିମ ସଂସ୍କାର ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Jun 17, 2019, 3:30 PM IST

ନବରଙ୍ଗପୁର: ଜିଲ୍ଲାର କୋଡ଼ିଙ୍ଗା ଥାନା ବଡ଼ପଞ୍ଜରିଆଗୁଡା ଗ୍ରାମରେ ପୋଲିସ ମାଡ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ସେହି ଗ୍ରାମର ଗୋବର୍ଦ୍ଧନ ବିନ୍ଧାଣି ।

ଗୋବର୍ଦ୍ଧନଙ୍କ ମୃତ୍ୟୁ ପରେ ଗ୍ରାମବାସୀ ଓ ପୋଲିସ ମଧ୍ୟ ଖଣ୍ଡଯୁଦ୍ଧ ଚାଲିଥିଲା । ସ୍ଥାନୀୟ ତହସିଲଦାର ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ମୃତ ଗୋବର୍ଦ୍ଧନଙ୍କ ପରିବାରକୁ କ୍ଷତିପୂରଣ ସହ ଆବାସ ଯୋଜନାରେ ଘର ଯୋଗାଇବାକୁ ପ୍ରତିଶ୍ରୁତି ମିଳିବା ପରେ ପୋଲିସ ଓ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଖଣ୍ଡଯୁଦ୍ଧର ଅବସାନ ଘଟିଥିଲା । ଏହାପରେ ଲୋକମାନେ ତାଙ୍କ ମୃତଦେହକୁ ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନାନୁସାରେ, ରବିବାର ରାତିରେ ପ୍ରଶାସନ ଗୋବର୍ଦ୍ଧନଙ୍କ ମୃତଦେହକୁ ଗ୍ରାମକୁ ନେଇଥିବା ବେଳେ ମହାପରାୟଣ ଗାଡି ମୃତଦେହକୁ ନେବାକୁ ମନା କରି ଦେଇଥିଲେ । ଯାହାଫଳରେ ସାରା ରାତି ତାଙ୍କ ମୃତଦେହ ଗାଡି ମଧ୍ୟରେ ରହିଥିଲା । ସୋମବାର ସକାଳୁ ପ୍ରତିଶ୍ରୁତି ଏବଂ ରେଡକ୍ରଶ୍ ପାଣ୍ଠି ପକ୍ଷରୁ କ୍ଷତିପୂରଣ ମିଳିବା ପରେ ଶବକୁ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।


ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details