ଓଡିଶା

odisha

ETV Bharat / briefs

ଦୁର୍ଘଟଣା ପ୍ରତିବାଦରେ ଜଳିଲା ଟାୟାର, 4 ଘଣ୍ଟା ଆଳିପିଙ୍ଗଳ-ଜଗତସିଂହପୁର ରାସ୍ତା ଅବରୋଧ

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ୍ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଟ୍ରାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟବାସିନ୍ଦା ।

By

Published : Jul 2, 2019, 11:29 PM IST

ଫଟୋ ସୌଜନ୍ୟ :ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ସହର ଉପକଣ୍ଠ ଆଳିପିଙ୍ଗଳ-ଜଗତସିଂହପୁର ରାସ୍ତାରେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ବାସିନ୍ଦା ଦୀର୍ଘ 4 ଘଣ୍ଟା ଧରି ଆଳିପିଙ୍ଗଳ-ଜଗତସିଂହପୁର ରାସ୍ତା ଅବରୋଧ କରିଛନ୍ତି । ଏଥିସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ଜଗତସିଂହପୁର

ସୂଚନାଯୋଗ୍ୟ, ଆଜି ସନ୍ଧ୍ୟାରେ ଆତମଳା ଗ୍ରାମର ନୃସିଂହ ସେଠୀ ନାମକ ଜଣେ ବ୍ୟକ୍ତି ସାଇକେଲରେ ଯିବା ସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟର ତାଙ୍କ ଉପରେ ମାଡ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଟ୍ରାୟର ଜାଳି ରାସ୍ତା ଅବରୋଧ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଜବତ କରିବା ସହ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି । ଗତ 2 ମାସ ତଳେ ସମାନ ସ୍ଥାନରେ ଦୁର୍ଘଟଣା ଘଟି ଜଣକ ଜୀବନ ଯାଇଥିଲା ।

ଦୈନିକ ଆଳିପିଙ୍ଗଳ ବାଲିଘାଟ ଦେଇ ଟ୍ରକ ଟ୍ରାକ୍ଟର ଓ ଭାରିଯାନ ଗୁଡ଼ିକ ଦ୍ରୁତଗତିରେ ଯାତାୟତ କରୁଥିବାରୁ ଅନେକ ସମୟରେ ସେହି ସ୍ଥାନରେ ଦୁର୍ଘଟଣା ଘଟିଥାଏ । ସେପଟେ ଜିଲା ପ୍ରଶାସନ ସକାଳ 8ରୁ ରାତି 8ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ଉପରରେ କଟକଣା ଲଗାଇଛନ୍ତି । ହେଲେ ପ୍ରଶାସନର ନିୟମକୁ ବେଖାତିର କରି ଭାରିଯାନ ଚଳାଚଳ ଜାରି ରହୁଛି । ଏପରି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ କୌଣସି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଫଳରେ ଦୁର୍ଘଟଣାରେ ସେହିସ୍ଥାନରେ ଅନେକ ନିଜ ଜୀବନ ହରାଉଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାଣି, ଇଟିଭି ଭାରତ

ABOUT THE AUTHOR

...view details