ଓଡିଶା

odisha

ETV Bharat / briefs

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 20 ଲକ୍ଷ ଟଙ୍କା ଦେଲା ଓଡିଶା କୃଷି ଶିଳ୍ପ ନିଗମ - ଓଡିଶା କୃଷି ଶିଳ୍ପ ନିଗମ

କୋଭିଡ୍ ମୁକାବିଲା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପଦକ୍ଷେପକୁ ସାରା ବିଶ୍ଵ ଆଜି ପ୍ରଶଂସା କରୁଛି । ତେବେ ଏନେଇ ଓଡ଼ିଶା କୃଷି ଶିଳ୍ପ ନିଗମ, କୋଭିଡ୍ ପରିଚାଳନା ଏବଂ ମାଗଣା କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କର ରିଲିଫ ଫଣ୍ଡକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

 ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ
ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ

By

Published : Apr 30, 2021, 4:05 PM IST

ଭୁବନେଶ୍ବର: କୋଭିଡ୍ ମୁକାବିଲା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପଦକ୍ଷେପକୁ ସାରା ବିଶ୍ଵ ଆଜି ପ୍ରଶଂସା କରୁଛି । ବିଭିନ୍ନ ରାଜ୍ୟକୁ ଅମ୍ଲଜାନ ଯୋଗାଣ ହେଉ କିମ୍ବା ଓଡିଶାରେ କୋଭିଡ୍ ପରିଚାଳନା ହେଉ ସବୁଥିରେ ଓଡିଶା ଆଜି ଭାରତବର୍ଷ ପାଇଁ ପଥ ପ୍ରଦର୍ଶକ ସାଜିଛି । ତେବେ ମୁଖ୍ୟମନ୍ତ୍ରୀ ମେ ପହିଲାରୁ ରାଜ୍ୟର ୧୮ରୁ ୪୫ ବର୍ଷର ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ କୋଭିଡ ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି ଏବଂ ଏ ବାବଦରେ ୨ ହଜାର କୋଟି ଟଙ୍କାର ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିଛନ୍ତି ।

ତେବେ ଏନେଇ ଓଡ଼ିଶା କୃଷି ଶିଳ୍ପ ନିଗମ, କୋଭିଡ୍ ପରିଚାଳନା ଏବଂ ମାଗଣା କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କର ରିଲିଫ ଫଣ୍ଡକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଆଜି(ଶୁକ୍ରବାର) ଏନେଇ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ୨୦ ଲକ୍ଷ ଟଙ୍କାର ଚେକ୍ ଓଡିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଏବଂ ପରିଚଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ ପ୍ରଦାନ କରିଛନ୍ତି । 5T ଚିନ୍ତାଧାରାରେ କାର୍ଯ୍ୟକରି ନିଗମ ଗତ ଆର୍ଥିକ ବର୍ଷରେ ୫୦୫.୧୮ କୋଟି ଟଙ୍କାର କାରବାର କରିଛି ।

ଅତୀତରେ ମଧ୍ୟ ଏହି ନିଗମ ଫନି ବାତ୍ୟାର ପୁନର୍ବିନ୍ୟାସ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୧ କୋଟି, କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୧୦ ଲକ୍ଷ ଟଙ୍କା, କୋଭିଡ୍ ମୁକାବିଲା ତଥା ପ୍ରସମନ ନିମନ୍ତେ OSDMA ଜରିଆରେ ୧ କୋଟି ଟଙ୍କା ପ୍ରଦାନ କରାଯାଇଥିବା ନିଗମ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କର କୋଭିଡ୍ ପରିଚାଳନା ଦିଗରେ ବିଭିନ୍ନ ଐତିହାସିକ ପଦକ୍ଷେପ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ମଧ୍ୟ ସେ କହିଛନ୍ତି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details