ଓଡିଶା

odisha

ETV Bharat / briefs

ପଶ୍ଚିମବଙ୍ଗ ସୀମାରେ ଓଡ଼ିଆ ଯବାନଙ୍କ ଆତ୍ମହତ୍ୟା ! - west bengal

ଗଜପତି ଜିଲ୍ଲା ମୋହନା ବ୍ଲକ ଝିଲିକି ଗାଁର ସାଗର ଗୌଡ଼ ପଶ୍ଚିମବଙ୍ଗ ସୀମାରେ ବିଏସଫ ଯବାନ ଭାବେ କାର୍ଯ୍ୟରତ ଥିଲେ । ମଙ୍ଗଳବାର ରାତିରେ କାର୍ଯ୍ୟରତ ଥିବା ସମୟରେ ନିଜ ବନ୍ଧୁକରେ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିବା ସୂଚନା ରହିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

By

Published : Mar 27, 2019, 5:11 PM IST

ଗଜପତି: ପଶ୍ଚିମବଙ୍ଗ ସୀମାରେ ଜଣେ ଓଡିଆ ଯବାନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଯବାନ ଜଣକ ଗଜପତି ଜିଲ୍ଲା ମୋହନା ବ୍ଲକ ଝିଲିକି ଗାଁର ସାଗର ଗୌଡ଼ ବୋଲି ଜଣାପଡିଛି । ସେ ସୀମାରେ ବିଏସଏଫ ଯବାନ ଭାବେ କାର୍ଯ୍ୟ କରୁଥିବାବେଳେ ମଙ୍ଗଳବାର ରାତିରେ ଡ୍ୟୁଟି କରୁଥିବା ସମୟରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ଗତକାଲି ରାତିରେ ସେ ପଶ୍ଚିମବଙ୍ଗ ସୀମା ପତିରାମ ଅଞ୍ଚଳରେ ଡ୍ୟୁଟି କରୁଥିବାବେଳେ ପ୍ରାୟ 11.55 ସମୟରେ ନିଜ ବନ୍ଧୁକରେ ନିଜେ ଗୁଳି କରି ଆତ୍ମାହତ୍ୟା କରିଥିବା ଡେପୁଟି କମାଣ୍ଡର ସୂଚନା ଦେଇଛନ୍ତି । ଯବାନଙ୍କ ଆତ୍ମହତ୍ୟା ପରେ ତାଙ୍କ ପରିବାର ଲୋକଙ୍କୁ ଗତରାତିରେ ଫୋନ ଯୋଗେ ଖବର ଦିଆଯାଇଛି ।

ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି, ତାହା ତଦନ୍ତ ପରେ ଜଣାପଡିବ ବୋଲି ଡିସି କହିଛନ୍ତି । ସେପଟେ ଯବାନଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଓଡିଶାକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details