ଓଡିଶା

odisha

ETV Bharat / briefs

ବିଶ୍ବକପ: ଟସ୍‌ ଜିଣି ନ୍ୟୁଜିଲାଣ୍ଡ ବୋଲିଂ ନିଷ୍ପତ୍ତି, ଆରମ୍ଭରୁ ଟଳମଳ ଆଫଗାନ ପାଳି

ବିଶ୍ବକପରେ ଶନିବାର 2ଟି ମ୍ୟାଚ ଖେଳାଯାଉଛି । 12ତମ ମ୍ୟାଚ୍‌ ଇଂଲଣ୍ଡ-ବାଲାଂଦେଶ ଦେଶ ମଧ୍ୟରେ ଚାଲିଥିବା ବେଳେ 13ତମ ମ୍ୟାଚ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଯାଇଛି ।

By

Published : Jun 8, 2019, 9:02 PM IST

Updated : Jun 8, 2019, 10:22 PM IST

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ

ଟାଂଟନ: କ୍ରିକେଟ୍‌ ମହାକୁମ୍ଭରେ ଶନିବାର 13ତମ ମ୍ୟାଚ୍‌ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଯାଇଛି । ନ୍ୟୁଜଲାଣ୍ଡ ଟିମ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ବିପକ୍ଷ ଦଳ ଆଫଗାନିସ୍ତାନର ବ୍ୟାଟିଂ ଜାରି ରହିଛି । 15 ଓଭର ସୁଦ୍ଧା ଆଫଗାନିସ୍ତାନ 71 ରନ ସଂଗ୍ରହ କରିଥିବା ବେଳେ 4 ବ୍ୟାଟ୍ସମ୍ୟାନ୍‌ ଫାଭିଲିୟନ ଫେରି ସାରିଲେଣି । ନ୍ୟୁଜଲାଣ୍ଡ ବୋଲର୍‌ ଜେମ୍ସ ନିଶାମ 3ଟି ଓ୍ବିକେଟ୍‌ ହାସଲ କରିଥିଲାବେଳେ ଲୁକି ଫର୍ଗୁସନ୍ ଗୋଟିଏ ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି ।

ସୂଚନାଥାଉକି, ଆଫଗାନ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ତଥା ୱିକେଟକିପର ମହମ୍ମଦ ଶାହାଜାଦଙ୍କ ଆଣ୍ଠୁରେ ଆଘାତ ଲାଗିବା ଫଳରେ ସେ ବିଶ୍ବକପରୁ ଓହରି ଯାଇଛନ୍ତି । ତାଙ୍କ ବଦଳରେ ୱିକେଟକିପର ଭାବେ ଇକରାମ ଅଲ୍ଲୀଖିଲ ଦଳରେ ସାମିଲ ହୋଇଛନ୍ତି । ନ୍ୟୁଜଲାଣ୍ଡ ଟିମ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

ଏପଟେ ଯୁବ ଆଫଗାନ୍‌ ଟିମ୍‌ ଏହି ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇଛି । ଅନ୍ୟପଟେ ଟୁର୍ଣ୍ଣାମେଣ୍ଟରେ 2ଟି ମ୍ୟାଚ୍‌ ଜିତି ସାରିଥିବା ନ୍ୟୁଜଲାଣ୍ଡ ଟିମ୍‌ ତା'ର ବିଜୟଧାରା ଜାରି ରଖିବାକୁ ଚାହିଁବ ।


ନ୍ୟୁଜିଲାଣ୍ଡ ଏକାଦଶ: ମାର୍ଟିନ୍ ଗପ୍ଟିଲ୍, କଲିନ୍ ମୁନରୋ, କେନ୍ ୱିଲିୟମସନ୍ (ଅଧିନାୟକ), ରସ୍ ଟେଲର, ଟମ୍ ଲାଥାମ (ୱିକେଟକିପର), ଜେମ୍ସ ନିଶାମ, କଲିନ୍ ଡି’ଗ୍ରାଣ୍ଡହୋମ୍, ମିଚେଲ୍ ସାଣ୍ଟନର, ମ୍ୟାଟ୍ ହେନରୀ, ଲକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ।


ଆଫଗାନିସ୍ତାନ ଏକାଦଶ: ଇକରାମ ଅଲ୍ଲୀଖିଲ(ୱିକେଟକିପର), ହଜ୍ରାତୁଲ୍ଲା ଜାଜାଇ, ରାହମତ ସାହା, ହସମୁତୁଲଲ୍ଲା ସାହିଦି, ମହମ୍ମଦ ନବୀ, ଗୁଲବାଦିନ ନୈବ(କ୍ୟାପଟେନ), ନଜିବୁଲ୍ଲା ଜର୍ଡନ, ରସିଦ ଖାନ, ନୁର ଅଲ୍ଲି ଜର୍ଡାନ, ଅଫତାବ ଆଲମ, ହିମିଦ ହସନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 8, 2019, 10:22 PM IST

ABOUT THE AUTHOR

...view details