ଓଡିଶା

odisha

ତମାଖୁ ବିକ୍ରି ଉପରେ କଟକଣା, ନିୟମର ହେଉଛି ଖୋଲାଖୋଲି ଉଲ୍ଲଙ୍ଘନ

By

Published : May 31, 2019, 11:56 PM IST

ମେ 31ତାରିଖକୁ ବିଶ୍ବ ତମାଖୁ ବର୍ଜନ ଦିବସ ରୂପେ ପାଳନ କରେ ସାରା ଜଗତ । ତମାଖୁର କ୍ଷତିକାର ଗୁଣ ସମ୍ବନ୍ଧରେ ଜାଣି ମଧ୍ୟ ଆଜିର ଯୁବବର୍ଗ ଏହାକୁ ଆପଣାଉଛନ୍ତି । ଫଳରେ ଦିନକୁ ଦିନ ମୁଖ କର୍କଟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ରିପୋର୍ଟ ଅନୁସାରେ ପ୍ରତିବର୍ଷ ୬୦ଲକ୍ଷରୁ ଅଧିକ ଲୋକ ତମାଖୁ ସେବନ ଜନିତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ବର୍ତ୍ତମାନ ଯଦି ଏନେଇ ସମସ୍ତେ ସଚେତନ ନହେବା ତେବେ କର୍କଟରୋଗରେ ପିଡିତ ହେବା ନିଶ୍ଚିତ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କୋରାପୁଟ,ଭୁବନେଶ୍ବର

ଭୁବନେଶ୍ବର: ଆଜି ବିଶ୍ବ ତମାଖୁ ବର୍ଜନ ଦିବସ । ତମାଖୁ ନିଷିଦ୍ଧ ପାଇଁ ସରକାରୀ ଯୋଜନା ପ୍ରଣୟନ ହୋଇଛି, ବିକ୍ରି ଉପରେ ଲାଗିଛି କଟକଣା । ହେଲେ ଏହି ନିୟମର ଖୋଲାଖୋଲି ଉଲ୍ଲଘଂନ ଚାଲିଛି । ରାଜଧାନୀର ଗଳି କନ୍ଧିରେ ବେଧଡକ ଭାବେ ବିକ୍ରି ହେଉଛି ତମାଖୁ । ଏ ହେଉଛି ରାଜଧାନୀରେ ଖୋଲାଖୋଲି ବିକ୍ରି ହେଉଥିବା ତମାଖୁ ଦୃଶ୍ୟ । ରାଜଧାନୀ ଭୁବନେଶ୍ବରର ବାସିନ୍ଦାଙ୍କ ମତରେ ନିୟମ କଡାକଡି ନଥିବାରୁ ଏଭଳି ସ୍ଥିତି ଉପୁଜିଛି । ଯୁବକମାନେ ତମାଖୁ ସେବନର ଶିକାର ହେଉଛନ୍ତି ।

ତମାଖୁ ସେବନ କାରଣରୁ ବଢୁଛି କ୍ୟାନସର ରୋଗୀଙ୍କ ସଂଖ୍ୟା । ଅଧିକ ଶିକାର ହେଉଛନ୍ତି ଯୁବପିଢି । ମୁଖ କର୍କଟ ଭଳି ରୋଗ ବ୍ୟାପୁଛି । ପ୍ରତିବର୍ଷ ୬୦ ଲକ୍ଷରୁ ଅଧିକ ଲୋକ ତମାଖୁ ସେବନ ଜନିତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି ।

ସବୁସ୍ତରରେ ଏହାର ସଚେତନତା ଆବଶ୍ୟକତା ରହିଛି । ତମାଖୁ ସେବନ ଦ୍ବାରା ପରିବାର ଉଜୁଡି ଯାଉଛି ।ତେଣୁ ତୁରନ୍ତ ଏହାର ନିରାକରଣ ଆବଶ୍ୟକ ଅଛି ବୋଲି କ୍ୟାପିଟାଲ ହସ୍ପିଟାଲର କାନ ନାସା ଓ ଗଳା ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତର ସନ୍ତୋଷ କୁମାର ପଣ୍ଡା କହିଛନ୍ତି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କୋରାପୁଟ,ଭୁବନେଶ୍ବର

ସେହିପରି କୋରାପୁଟ ଅଞ୍ଚଳରେ ତମାଖୁ ସେବନ ମାତ୍ରାଧିକ ରହିଛି । ତେବେ ଜନ ସଚେତନତା ଧୀରେ ଧୀରେ ବୃଦ୍ଧି ପାଉଥିବା ଯୋଗୁଁ ନିଶାମୁକ୍ତ ସମାଜ ଗଠନ ଦିଗରେ ଏହା ଏକ ଶୁଭଙ୍କର ସୂଚନା ବୋଲି ଗୀତା ସ୍ବେଚ୍ଛା ସେବୀ ସଂଗଠନର ସ୍ଥାନୀୟ ପରାମର୍ଶଦାତା ବିଭୁତି ନନ୍ଦ ଜଣାଇଛନ୍ତି ।

ଗତ 3ବର୍ଷରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲାରେ ୪୪୧୨ ଜଣ ବିଡି, ସିଗାରେଟ ଓ ହୁକ୍କା ପାନ କରୁଥିବା ବ୍ୟକ୍ତିଙ୍କ ସମେତ ତମାଖୁ ଓ ତମାଖୁ ଯୁକ୍ତ ପାନ ଖାଉଥିବା ବ୍ୟକ୍ତିଙ୍କୁ ପରାମର୍ଶ ଦେଇ ନିଶାମୁକ୍ତ ହେବା ପାଇଁ ସହଯୋଗ କରାଯାଇଛି । ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ମାତ୍ର ୬୨୦ ଜଣ ତମାଖୁସେବନରୁ ନିଜକୁ ଦୂରେଇ ରଖିଛନ୍ତି ।


ଭୁବନେଶ୍ବରରୁ ସଞ୍ଜୀବ ରାୟ ଏବଂ କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details