ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ଭୟଙ୍କର ସଡକ ଦୁର୍ଘଟଣା ଘଟି ଅନେକ ମୁଲ୍ୟବାନ ଜୀବନ ଯାଉଛି । ବିଶେଷ କରି ଗତ 4ରୁ 5ମାସ ମଧ୍ୟରେ ଭୁବନେଶ୍ବରରେ 12ଟି ସଡକ ଦୁର୍ଘଟଣାରେ ପାଖାପାଖି 10ରୁ ଅଧିକ ଜୀବନ ଗଲାଣି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ସମୟ ମଧ୍ୟରେ ଯାହାବି ସଡକ ଦୁର୍ଘଟଣା ଘଟିଛି ସବୁ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ହିଁ ମୃତ୍ୟୁ ଘଟିଛି ।
ଆଉ ବଢିଚାଲୁଥିବା ସଡକ ଦୁର୍ଘଟଣାକୁ ରୋକିବା ପାଇଁ ଏବେ ଉଦ୍ୟମ ଆରମ୍ଭ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ବର ଆରଟିଓ କର୍ତ୍ତୃପକ୍ଷ । ଆଜି ଠାରୁ ଭୁବନେଶ୍ବର ବରମୁଣ୍ଡାରୁ ରସୁଲଗଡ ପର୍ଯ୍ୟନ୍ତ ଓଭର ବ୍ରିଜ ଉପରେ ଯାତାୟାତ କରୁଥିବା ବାଇକ ଆରୋହୀଙ୍କ ପାଇଁ ହେଲମେଟ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇଛି ।