ବାଲେଶ୍ୱର: ଗ୍ରୀଷ୍ମ ପ୍ରଭାବ ଯେତିକି ବୃଦ୍ଧି ପାଉଛି ରାଜ୍ୟରେ ପାନୀୟ ଜଳ ସମସ୍ୟା ସେତିକି ଉତ୍କଟ ହେଉଛି । ପାନୀୟ ଜଳ ପାଇଁ ନାନା ହିନସ୍ତା ହେଉଛନ୍ତି ବାଲେଶ୍ବରବାସୀ । ବାରମ୍ବାର ପ୍ରଶାସନକୁ ଗୁହାରି ସତ୍ତ୍ବେ ବାଲେଶ୍ବର ଜିଲ୍ଲା ନୀଳଗିରି ଏନଏସି ଅଧିନ 5ନଂ ୱାର୍ଡ ସାନଅତା ହରିଜନ ସାହିର ଜଳକଷ୍ଟ ବୁଝି ନାହିଁ ପ୍ରଶାସନ ।
ଏହି ଗ୍ରାମରେ ପ୍ରାୟ 3ଶହ ଲୋକ ରହୁଥିଲେ ମଧ୍ୟ ଅଞ୍ଚଳବାସୀଙ୍କ ଶୋଷ ମେଣ୍ଟାଇବା ପାଇଁ ଏକମାତ୍ର ନଳକୂପ ଭରସା । ତାହା ପୁଣି ଖରାଦିନେ ଅଚଳ । ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁନାହିଁ । ଖରାଦିନ ଆସିବା ପୂର୍ବରୁ ଗ୍ରାମବାସୀ ପ୍ରଶାସନକୁ ଏ ବିଷୟରେ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ।