ଓଡିଶା

odisha

ETV Bharat / briefs

'ଫନି' କ୍ଷତିଗ୍ରସ୍ତ ବସ୍ତିବାସିନ୍ଦା ଓ ଉଠା ଦୋକାନୀଙ୍କୁ କ୍ଷତିପୂରଣ ଦାବିରେ ବିକ୍ଷୋଭ - ଫନି ପ୍ରଭାବିତ

ଫନି ଯିବାର ବିତିଯାଇଛି ୨୨ ଦିନ । କେବଳ ରିଲିଫ୍ ଦେଇ ଚୁପ୍ ବସିପଡିଛନ୍ତି ରାଜ୍ୟ ସରକାର । ଏବେ ବେଘର ଏବଂ ରୋଜଗାର ହୀନ ହୋଇଥିବା ଲୋକଙ୍କର ନିଜ ପରିବାରକୁ ନେଇ ବଢିଯାଇଛି ଚିନ୍ତା । ବାଧ୍ୟ ହୋଇ ଭୁବନେଶ୍ୱର ମହାନଗର ନିଗମ ସମ୍ମୁଖରେ ବିକ୍ଷୋଭ କରିଛି ନିଖିଳ ଓଡିଶା ବସ୍ତି ଉନ୍ନୟନ ମହାସଙ୍ଘ ଓ ଭୁବନେଶ୍ୱର ଉଠା ଦୋକାନୀ ବ୍ୟବସାୟୀ ସଂଘ ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

By

Published : May 25, 2019, 5:54 PM IST

ଭୁବନେଶ୍ବର: 'ଫନି' ପ୍ରଭାବରେ ରାଜଧାନୀରେ କ୍ଷତିଗ୍ରସ୍ତ ବସ୍ତିବାସିନ୍ଦା ଓ ଉଠା ଦୋକାନୀଙ୍କୁ ତୁରନ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ସମ୍ମୁଖରେ ବିକ୍ଷୋଭ କରିଛି ନିଖିଳ ଓଡିଶା ବସ୍ତି ଉନ୍ନୟନ ମହାସଙ୍ଘ ଓ ଭୁବନେଶ୍ୱର ଉଠା ଦୋକାନୀ ବ୍ୟବସାୟୀ ସଂଘ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ଫନି ଯିବାର ୨୨ ଦିନ ବିତିଯାଇଥିଲେ ସୁଦ୍ଧା ସରକାର କେବଳ ରିଲିଫ ଦେଇ ଚୁପ୍ ବସିପଡିଛନ୍ତି । ବେଘର ଏବଂ ରୋଜଗାର ହୀନ ଲୋକଙ୍କ ପାଇଁ ଏବେ ନିଜ ପରିବାରକୁ ନେଇ ଚିନ୍ତା ବଢିଯାଇଛି । ତୁରନ୍ତ ସମସ୍ତ ବାତ୍ୟାଗ୍ରସ୍ତ ବସ୍ତିବାସିନ୍ଦା ଓ ଉଠା ଦୋକାନୀଙ୍କ କ୍ଷୟକ୍ଷତିର ସର୍ଭେ କରାଯାଉ । କ୍ଷତିପୂରଣ ବାବଦକୁ ବସ୍ତିବାସିନ୍ଦାଙ୍କୁ ୧ ଲକ୍ଷ ସହ ସ୍ଥାୟୀ ପକ୍କା ଘର ଏବଂ ଉଠା ଦୋକାନୀଙ୍କୁ ୫୦ ହଜାର ଟଙ୍କା ଏବଂ ସ୍ଥାୟୀ ଦୋକାନ ଗୃହ ପ୍ରଦାନ କରାଯାଉ । ଏଥିସହିତ ରାସନକାର୍ଡ ନଥିବା ବସ୍ତିବାସିନ୍ଦାଙ୍କୁ ଅନ୍ୟ ପରିଚୟ ପତ୍ର ଆଧାରରେ ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ଦାବି କରିଛି ନିଖିଳ ଓଡିଶା ବସ୍ତି ଉନ୍ନୟନ ମହାସଙ୍ଘ ।

ବାରମ୍ବାର ଦାବି ପରେ ଯଦି ବିଏମସି ଦାବି ପୂରଣ ନକରେ ଅଗାମୀ ଦିନରେ ଏହା ଅଚଳ ହେବ । ଆଉ ଏଥିପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ବସ୍ତି ଉନ୍ନୟନ ମହାସଂଘ ଓ ଭୁବନେଶ୍ୱର ଉଠା ଦୋକାନୀ ବ୍ୟବସାୟୀ ସଂଘର ସଭାପତି ସୁର ଜେନା କହିଛନ୍ତି ।

ଅପରପକ୍ଷେ ମହାସଂଘ ପକ୍ଷରୁ ବିଏମସିକୁ ୪ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି । ସରକାରଙ୍କୁ ଏ ବିଷୟରେ ଅବଗତ କରାଯିବ । ରିଲିଫ କୋଡ଼ ହିସାବରେ ଯାହା ନିୟମ ଅଛି, ତାକୁ ଦିଆଯିବ ବୋଲି ବିଏମସି ଅତିରିକ୍ତ ଆୟୁକ୍ତ ସୁରଥ ଚନ୍ଦ୍ର ବିଶ୍ୱାଳ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details