ଓଡିଶା

odisha

ETV Bharat / briefs

ବିଶ୍ବକପ: ନ୍ୟୁଜିଲାଣ୍ଡକୁ 173 ରନର ଟାର୍ଗେଟ ଦେଲା ଆଫଗାନ - ନ୍ୟୁଜିଲାଣ୍ଡ

13ତମ ମ୍ୟାଚ୍‌ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ଆଫଗାନ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡକୁ 173ରନର ଟାର୍ଗେଟ ଦେଇଛି । ବର୍ତ୍ତମାନ 2ୟ ଇଂନିସ ଆରମ୍ଭ ହୋଇଯାଇଛି । ନ୍ୟୁଜିଲାଣ୍ଡ 8 ଓଭର ସୁଦ୍ଧା 2ଓ୍ବିକେଟ ବିନିମୟରେ 41ରନ ହାସଲ କରିଛି ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ

By

Published : Jun 8, 2019, 11:14 PM IST

ଟାଂଟନ: କ୍ରିକେଟ୍‌ ମହାକୁମ୍ଭରେ ଶନିବାର 13ତମ ମ୍ୟାଚ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି । ନ୍ୟୁଜଲାଣ୍ଡ ଟିମ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଆଫଗାନ୍‌ ପ୍ରଥମେ ବ୍ୟାଟିଂ କରି ବିପକ୍ଷ ଦଳକୁ 173ରନର ଟାର୍ଗେଟ ଦେଇଛି । ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନ ହସମୁତୁଲଲ୍ଲା ସାହିଦି କେବଳ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ@cricketworldcup

ନ୍ୟୁଜଲାଣ୍ଡ ବୋଲର୍‌ ଜେମ୍ସ ନିଶାମ ସର୍ବାଧିକ 5ଟି ଓ୍ବିକେଟ୍‌ ହାସଲ କରିଥିଲାବେଳେ ଲୁକି ଫର୍ଗୁସନ୍ 4 ଓ୍ବିକେଟ ଅକ୍ତିଆର କରିଛନ୍ତି । ସେହିପରି କଲିନ୍ ଡି’ଗ୍ରାଣ୍ଡହୋମଙ୍କୁ ଗୋଟିଏ ଓ୍ବିକେଟରେ ସନ୍ତୁଷ୍ଟ ହେବାକୁ ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details