ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍ ଇଣ୍ଡିଆ(ଏନଏସୟୁଆଇ)ର ନୂଆ ଅଧ୍ୟକ୍ଷ ଭାବେ ନୀରଜ କୁନ୍ଦନଙ୍କୁ ନିଯୁକ୍ତ କରିଛନ୍ତି। ଏନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।
ନୀରଜ କୁନ୍ଦନ ହେଲେ ଏନଏସୟୁଆଇ ଅଧ୍ୟକ୍ଷ - J&K
ଏନଏସୟୁଆଇର ନୂଆ ଅଧ୍ୟକ୍ଷ ହେଲେ ନୀରଜ କୁନ୍ଦନ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହେଲେ ନିଯୁକ୍ତି ।

ନୀରଜ କୁନ୍ଦନ ଜମ୍ମୁ ଓ କାଶ୍ମୀରର ଜଣେ ଜଣାଶୁଣା ଛାତ୍ର ନେତା । ସେ ପୂର୍ବରୁ ମଧ୍ୟ ରାଜ୍ୟ ଏନଏସୟୁଆଇ ଶାଖାର ଅଧ୍ୟକ୍ଷ ରହିସାରିଛନ୍ତି। ଏହାସହ ସଙ୍ଗଠନର ଜାତୀୟ ସମ୍ପାଦକ ଭାବେ କାର୍ଯ୍ୟ କରିଆସୁଥିଲେ। ଅଣରାଜନୈତିକ ପରିବାରରୁ ଆସିଥିଲେହେଁ ନୀରଜଙ୍କ ସାଙ୍ଗଠନିକ ଦକ୍ଷତା ଉପରେ ବିଶ୍ୱାସ ପ୍ରକଟ କରି ତାଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛନ୍ତି ରାହୁଲ। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ନୀରଜ।
ନିକଟ ଫେବୃଆରୀ 7ରେ ଆଗାମୀ ଲୋକସଭା ନିର୍ବାଚନ ଲାଗି ଜମ୍ମୁ ଓ କାଶ୍ମୀରରେ ଗଠନ ହୋଇଥିବା ପ୍ରଚାର କମିଟିରେ ମଧ୍ୟ ନୀରଜ ସଦସ୍ୟ ଅଛନ୍ତି। ଉଲ୍ଲେଖଯୋଗ୍ୟ, ଏନଏସୟୁଆଇ ଅଧ୍ୟକ୍ଷ ପଦ ଦୀର୍ଘଦିନ ଧରି ଖାଲି ପଡ଼ିଥିଲା। ଏହାର ପୂର୍ବ ଅଧ୍ୟକ୍ଷ ଫିରୋଜ ଖାନ ବିବାଦୀୟ ହୋଇ ପଦ ହରାଇଥିଲେ।