ଓଡିଶା

odisha

ETV Bharat / briefs

ନବନିର୍ବାଚିତ ସାଂସଦଙ୍କୁ ମୋଦିଙ୍କ ଚେତାବନୀ

ନବନିର୍ବାଚିତ ସାଂସଦଙ୍କୁ ଉପଦେଶ ଦେବା ସହ ପୁରୁଣା ସାଂସଦଙ୍କୁ ଚେତାବନୀ ଦେଇଛନ୍ତି ମୋଦି । ସେ ନେତାଙ୍କୁ ବିବାଦୀୟ ମନ୍ତବ୍ୟରୁ ଦୂରେଇ ରହିବା ପାଇଁ କହିଛନ୍ତି ।

By

Published : May 26, 2019, 9:05 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଦମଦାର ବିଜୟ ହାସଲ ପରେ ନିଜ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନବନିର୍ବାଚିତ ସାଂସଦଙ୍କୁ ଉପଦେଶ ଦେବା ସହ ପୁରୁଣା ସାଂସଦଙ୍କୁ ଚେତାବନୀ ଦେଇଛନ୍ତି ମୋଦି । ସେ ନେତାଙ୍କୁ ବିବାଦୀୟ ମନ୍ତବ୍ୟରୁ ଦୂରେଇ ରହିବା ପାଇଁ କହିଛନ୍ତି ।


ଶନିବାର ଏନଡିଏର ସଂସଦୀୟ ବୈଠକରେ ନିର୍ବାଚିତ ହୋଇଥିବା ସମସ୍ତ ନେତାଙ୍କୁ ସମ୍ବୋଧିତ କରି ସେ ଏଭଳି କହିଛନ୍ତି । ରାଜନୈତିକ ନେତାଙ୍କୁ ବିବାଦୀୟ ଏବଂ ଅପ୍ରସଂଗିକ ମନ୍ତବ୍ୟରୁ ଦୂରେଇ ରହିବା ଉଚିତ । ସାର୍ବଜନୀକ ରୂପରେ କିଛି କହିବା ପୂର୍ବରୁ ନିଜ ଦାୟୀତ୍ବକୁ ବୁଝିବା ଉଚିତ । ସାଂସଦଙ୍କୁ ଅନାବଶ୍ୟକ ଟିପ୍ପଣିରୁ ଦୂରେଇ ରହିବା ଆବଶ୍ୟକ । ବିଭିନ୍ମ ଗଣମାଧ୍ୟମ ଆପଣଙ୍କ ସହ ବିଭିନ୍ନ ପ୍ରକାରରେ ସମ୍ପର୍କ କରିବାକୁ ଚାହିଁବେ । କିନ୍ତୁ ଏଥିରୁ ଦୂରେଇ ରୁହନ୍ତୁ, ନେତା ନ ସାଜି ଶିକ୍ଷକ ଭଳି ବ୍ୟବହାର କରନ୍ତୁ ବୋଲି କହିଛନ୍ତି ମୋଦି ।

ସୂଚନା ଯୋଗ୍ୟ ଯେ, 2019 ଲୋକସଭା ନିର୍ବାଚନ ସମୟରେ ଦଳର ଅନେକ ନେତା ଅନାବଶ୍ୟକ ବା ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଯାହା ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା ।

For All Latest Updates

ABOUT THE AUTHOR

...view details