ଓଡିଶା

odisha

ETV Bharat / briefs

ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ବଦ୍ରୀନାଥ ଯିବେ ମୋଦି - ପ୍ରଧାନମନ୍ତ୍ରୀ

ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଦ୍ରୀନାଥ ଧାମକୁ ଯାତ୍ରା କରିବେ । ଏନେଇ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଡିଜାଇନ ଫଟୋ

By

Published : May 19, 2019, 12:00 AM IST


ଡେରାଡୁନ୍‌: କେଦାରନାଥ ଯାତ୍ରା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବଦ୍ରୀନାରାୟଣଙ୍କ ଦର୍ଶନ କରିବେ । ପ୍ରଥମେ ଭଗବାନ ବଦ୍ରୀନାଥଙ୍କ ଆର୍ଶୀବାଦ ନେଲା ପରେ ଦିବ୍ୟ ଜ୍ୟୋତିର ଦର୍ଶନ କରିବେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଏସପିଜି, ରାଜ୍ୟ ପୋଲିସ ଓ ଆଇଟିବିପିର ସୁରକ୍ଷାକର୍ମୀମାନେ ବଦ୍ରୀନାଥ ଧାମରେ ଉପସ୍ଥିତ ରହିବେ । ଏଥିସହ ଗୌଚର ହେଲିପେଡ୍‌ରେ ଜରୁରୀକାଳୀନ ଲ୍ୟାଣ୍ଡିଙ୍ଗ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସୂଚନାଥାଉକି, ରବିବାର ଦିନ ପ୍ରାୟ 9.30ବେଳେ ମୋଦୀ ବଦ୍ରୀନାଥସ୍ଥିତ ସେନା ହେଲିପେଡ୍‌ରେ ପହଞ୍ଚିବେ । ସେଠାରୁ କାର୍‌ ମାଧ୍ୟମରେ ବଦ୍ରୀନାଥ ମନ୍ଦିର ଅଭିମୁଖେ ବାହାରିବେ ପ୍ରଧାନମନ୍ତ୍ରୀ । ଗୌଚର ହେଲିପେଡ୍‌ରେ ସୁରକ୍ଷା ଦୃଷ୍ଟିରୁ 180 ପୋଲିସ୍‌ ଯବାନ, 20 ସବ୍‌ ଇନିସପେକ୍ଟର, 7 ଇନିସପେକ୍ଟର , ଜଣେ ପୋଲିସର ସିଓ , ଜଣେ ଇଣ୍ଟେଲିଜନ୍ସର ସିଓ, 2 ଏଡିସନଲ ଏସପି ଓ 2 ଆଇପିଏସ୍‌ ରହିବେ ।

ଏହା ମଧ୍ୟ ପଢନ୍ତୁ: ଶିବଙ୍କ ଶରଣରେ ମୋଦି, ରାତିସାରା ଗୁମ୍ଫାରେ କରିବେ ଧ୍ୟାନ

ଖବର ମୁତାବକ, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ବଦ୍ରୀନାଥଧାମର ଯାତ୍ରା କରିବେ । ଏହା ପୂର୍ବରୁ 2000 ମସିହାରେ ଭାଜପାର ପ୍ରଭାରୀ ଥିବା ସମୟରେ ମୋଦୀ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବଦ୍ରୀନାଥ ଧାମକୁ ଯାଇଥିଲେ ।

ABOUT THE AUTHOR

...view details