ମାଲକାନଗିରି: କୋରୋନା ପାଇଁ ମାଲକାନଗିରିର ମଡେଲ ପୋଲିସ ଷ୍ଟେସନ ବନ୍ଦ ରହିଛି । ମାଲକାନଗିରିରେ ଦିନକୁ ଦିନ କୋରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ବର୍ତ୍ତମାନ ଏହି ପୋଲିସ ଷ୍ଟେସନ ବନ୍ଦ ଥିବା ଦେଖିବାକୁ ମିଳିଛି।
ଆଜି(ସୋମବାର) ମାଲକାନଗିରିରେ 34 ଟି ନୂତନ କୋରୋନା ପୋଜିଟିଭ ମାମଲା ସାମ୍ନାକୁ ଆସିଛି । ସେଥି ମଧ୍ୟରୁ କିଛି କୋରୋନା ଯୋଦ୍ଧା ଥିବା ଜଣାପଡିଛି। ପୋଲିସ ଷ୍ଟେସନର ଜଣେ କାର୍ଯ୍ୟରତ ପୋଲିସ ଅଫିସର କୋରୋନା ପଜିଟିଭ ବାହାରିବା ପରେ ସମ୍ପୂର୍ଣ୍ଣ ପୋଲିସ ଷ୍ଟେସନକୁ କିଛି ଦିନ ପାଇଁ ବନ୍ଦ କରି ଦିଆଯାଇଛି।