ଓଡିଶା

odisha

ETV Bharat / briefs

କଟକ ଜିଲ୍ଲାପାଳଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ

ଫନି ଯିବାର ସପ୍ତାହରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ସୁଦ୍ଧା ସିଡ଼ି଼ଏ ଅଞ୍ଚଳରେ ପ୍ରଭାବିତ ବାସିନ୍ଦାଙ୍କୁ ବର୍ତ୍ତମାନ ସୁଦ୍ଧା ଠିକ୍ ଭାବରେ ମିଳିନି ରିଲିଫ ସାମଗ୍ରୀ । ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ସ୍ଥାନୀୟ ବାସିନ୍ଦା । କିନ୍ତୁ ସେମାନଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଜିଲ୍ଲାପାଳ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

By

Published : May 13, 2019, 6:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: କଟକ ଜିଲ୍ଲାପାଳଙ୍କ ବିରୋଧରେ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ସିଡ଼ି଼ଏ ଅଞ୍ଚଳର ବାସିନ୍ଦା ଆଣିଛନ୍ତି । ସେମାନେ ଏନେଇ ଆରଡିସିଙ୍କ ନିକଟରେ ଫେରାଦ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନିଜ ଅଭିଯୋଗ ପତ୍ର ପଠାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାନୁଯାୟୀ, ଫନିର ଯିବା ସପ୍ତାହରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ସୁଦ୍ଧା ଏହି ଅଞ୍ଚଳର ପ୍ରଭାବିତ ବାସିନ୍ଦାଙ୍କୁ ବର୍ତ୍ତମାନ ସୁଦ୍ଧା ଠିକ୍ ଭାବରେ ରିଲିଫ ସାମଗ୍ରୀ ପହଞ୍ଚି ପାରିନାହିଁ । ଯାହାକୁ ନେଇ ସିଡିଏ ଅଞ୍ଚଳର ବାସିନ୍ଦା କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ସେମାନଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ସିଡ଼ି଼ଏ ବାସିନ୍ଦାଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିଲେ । ଫଳରେ ଶତାଧିକ ସିଡିଏ ବାସିନ୍ଦା ଏକାଠି ହୋଇ ଜିଲ୍ଲାପାଳଙ୍କ ବିରୋଧରେ ଆରଡିସିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ କଟକ ଭଳି ଭାଇଚାରା ସହରରେ ଏଭଳି ଜିଲ୍ଲାପାଳଙ୍କୁ ତୁରନ୍ତ ଵଦଳି କରିବାକୁ ସିଡିଏ ବାସୀ ଦାବି କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details