ଭୁବନେଶ୍ବର:ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ଅପରାହ୍ନରେ କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଗସ୍ତ କରି ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି ।
ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ କାକଟପୁର ଓ ଅସ୍ତରଙ୍ଗ ବ୍ଲକ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ - ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ
ମନ୍ତ୍ରୀ ତୁଷାରକାନ୍ତି ବେହେରା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଗସ୍ତ କରି ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

Minister Tusharkanti Behera
ସମୁଦ୍ର କୂଳ ଅଞ୍ଚଳରେ ମାଟି ତଥା କଚ୍ଚା ଘରେ ଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ବାତ୍ୟା ଆଶ୍ରୟ ସ୍ଥଳକୁ ଆଣିବା ଲାଗି ବ୍ୟବସ୍ଥା କରିବା ସହ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟକୁ ପୂରଣ କରିବା ନେଇ କ'ଣ ସବୁ ବ୍ୟବସ୍ଥା କରାଯାଇଛି ତାହାର ତଦାରଖ କରିଛନ୍ତି ମନ୍ତ୍ରୀ । ଏଥିସହ ଏହି ସବୁ ସ୍ଥାନରେ ଯେପରି କୋଭିଡ ନିୟମର ସଠିକ ଅନୁପାଳନ ହେବ ସେ ସମ୍ପର୍କରେ ମନ୍ତ୍ରୀ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା କରିଛନ୍ତି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ