ଚଣ୍ଡିଗଡ: ପୂର୍ବତନ ଭାରତୀୟ ଧାବକ ମିଲଖା ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତ୍ବର ହୋଇପଡିଛି । ତାଙ୍କୁ ମୋହାଲିର ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଦିନ ତଳେ ମିଲଖା କୋରୋନାରେ ସଂକ୍ରମିତ ହୋଇଥିଲେ । ତେବେ ସୋମବାର ତାଙ୍କର ଶରୀରର ଅକ୍ସିଜେନ ସ୍ତର କମ ହେବାପରେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଫ୍ଲାଇଂ ଶିଖ ନାମରେ ପରିଚିତ 91 ବର୍ଷୀୟ ମିଲଖା ସିଂହ ଗତ ଗୁରୁବାର କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ସେ ହୋମ ଆଇସୋଲେସନରେ ରହିଥିଲେ । କୋରୋନା ସଂକ୍ରମିତ ହେବା ସୂଚନା ନିଜେ ମିଲଖା ସେୟାର କରିଥିଲେ । ସେ କହିଥିଲେ, ତାଙ୍କ ଘରେ କାମ କରୁଥିବା କିଛି ଲୋକଙ୍କର ରିପୋର୍ଟ ପଜିଟିଭ ଆସିଛି । ସେଥିପାଇଁ ସମସ୍ତ ପରିବାର ସଦସ୍ୟଙ୍କର ଟେଷ୍ଟ କରାଯାଇଥିଲା । ଟେଷ୍ଟରେ ସମସ୍ତ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଓ କେବଳ ତାଙ୍କର ପଜିଟିଭ ଆସିଥିଲା । ତେବେ କୌଣସି ଲକ୍ଷଣ ନଥିବାରୁ ଆଶ୍ଚର୍ଯ୍ୟ ବୋଲି ମଧ୍ୟ କହିଥିଲେ ।