ରାଇରଙ୍ଗପୁର: ରାଜ୍ୟରେ ନିର୍ବାଚନ ଜାରି ରହିଥିବାବେଳେ ନେତାଙ୍କ ଆରୋପ ପ୍ରତ୍ୟାରୋପ ମଧ୍ୟ ବଢିଚାଲିଛି । ଗତ ବୁଧବାର ମୟୂରଭଞ୍ଜ ବିଜେଡି ଉପସଭାପତି ଥିବା ଇଶାନ ମିଶ୍ର ଦଳରୁ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ଦଳର ରାଇରଙ୍ଗପୁର ପର୍ଯ୍ୟବେକ୍ଷକ ଉମା ସାମନ୍ତରାୟ ଇଶାନଙ୍କ ଉପରେ ଜୋରଦାର ବର୍ଷିଥିଲେ । ଉମାଙ୍କ ସମାଲୋଚନା ପରେ ଗତକାଲି ଇଶାନ ଉମାଙ୍କ ପ୍ରତି ଅଭିଯୋଗର ଜବାବ ରଖିଛନ୍ତି ।
ଇଶାନ କହିଛନ୍ତି ଉମା ସାମନ୍ତରାୟ ମୟୂରଭଞ୍ଜର ପାଣି ପବନ ସହିତ ପରିଚିତ ନୁହଁନ୍ତି । ରାଜନୀତି କରି ସେ ପରିବାର ଚଳାଉ ନାହାଁନ୍ତି, ତାଙ୍କର ପୈତୃକ ସମ୍ପତ୍ତି ବହୁତ ଅଛି ବରଂ ଉମା ରାଜନୀତି କରି ଚଳୁଛନ୍ତି ବୋଲି ଇଶାନ କହିଛନ୍ତି । ୧୯୮୨ ମସିହାରୁ ତାଙ୍କର ବ୍ୟବସାୟ ଚାଲିଛି ଓ ସେ ଜଣେ ରୟାଲ ଫ୍ୟାମିଲିର ପୁଅ ବୋଲି କହିବା ସହ ଉମାଙ୍କୁ ତେର୍ଛା ବାଣ ମାରିଛନ୍ତି ।