ଓଡିଶା

odisha

ETV Bharat / briefs

ବରଗଡ ଜିଲ୍ଲା ମାଟ୍ରିକ ଟପ୍ପର ନବ୍ୟା ନବେଲୀ - RESULT

ଜିଲ୍ଲା ଟପର ହୋଇଥିବା ନବ୍ୟା ଭବିଷ୍ୟତରେ ଜଣେ ଦକ୍ଷ ଆଇଏଏସ ଅଫିସର ହେବେ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : May 22, 2019, 12:11 AM IST

ବରଗଡ: ବହୁ ବାଧାବିଘ୍ନ ସମସ୍ୟାକୁ ମୁକାବିଲା କରି ଶେଷରେ ଚଳିତ ବର୍ଷର ଦଶମ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ କରିଛି ବୋର୍ଡ । ଯଦିଓ ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସହାର କମିଛି । ପାସହାରରେ ସମଗ୍ର ରାଜ୍ୟରେ ଝାରସୁଗୁଡା ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ କୋରାପୁଟ ଜିଲ୍ଲା ସର୍ବନିମ୍ନ ସ୍ଥାନରେ ଅଛି ।

ସେହିଭଳି ବରଗଡ ଜିଲ୍ଲା ଷଷ୍ଠ ସ୍ଥାନରେ ଥିବାବେଳେ ସ୍ଥାନୀୟ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଛାତ୍ରୀ ସୁଶ୍ରୀ ନବ୍ୟା ନବେଲୀ ଆଚାର୍ଯ୍ୟ ୯୫.୫ % ନମ୍ବର ରଖି ବରଗଡରେ ଟପ୍ପର ହୋଇଛନ୍ତି । ସୁଶ୍ରୀ ନବ୍ୟା ନବେଲୀ ଆଚାର୍ଯ୍ୟ ହେଉଛନ୍ତି ବରଗଡ ସହର ୧୦ ନମ୍ବର ୱାର୍ଡର ରାଣୀବନ୍ଧ ପଡା ନିବାସୀ ନମିତା ଆଚାର୍ଯ୍ୟ ଓ ପ୍ରକାଶ ଆଚାର୍ଯ୍ୟଙ୍କ ଏକ ମାତ୍ର ଝିଅ । ନବ୍ୟା ଦଶମ ଶ୍ରେଣୀରେ ବରଗଡ ଜିଲ୍ଲା ଟପ୍ପର ହୋଇଥିବାରୁ ପରିବାରର ଓ ସ୍କୁଲରେ ଏବେ ଖୁସିର ମାହୋଲ । ନବ୍ୟା ଏହି ସଫଳତା ପାଇବା ପରେ କହିଛନ୍ତି ଆଶା ଅନୁସାରେ ଫଳ ମିଳିଛି କିନ୍ତୁ କିଛି ନମ୍ବର କମିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ନିଜ ଆଗାମୀ ଭବିଷ୍ୟତ ସ୍ବପ୍ନକୁ ନେଇ କହିଛନ୍ତି ସେ ଯୁକ୍ତଦୁଇରେ ବିଜ୍ଞାନ ପଢିବା ସହ ଭବିଷ୍ୟତରେ ଜଣେ ଆଇଏଏସ ଅଫିସର ହେବେ ।


ଅନ୍ୟପଟେ ନବ୍ୟାଙ୍କ ସଫଳତା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଦେଇ ଆର୍ଶୀବାଦ ସ୍ବରୂପ "Freedom Struggle " ନାମକ ଏକ ପୁସ୍ତକ ଉପହାର ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details