ଓଡିଶା

odisha

ETV Bharat / briefs

ଡାଇଲିସିସ୍ ବିଭାଗ ଏବଂ ମେସିନକୁ କାର୍ଯ୍ୟକ୍ଷମ କରିବା ଦାବିରେ ବିକ୍ଷୋଭ - office

ଏମକେସିଜି ମେଡିକାଲରେ ଡାଇଲିସିସ୍ ମେସିନକୁ କାର୍ଯ୍ୟକ୍ଷମ କରିବା ଏବଂ ସହରର ସମସ୍ତ ସିଟି ହସ୍ପିଟାଲରେ ଡାଇଲିସିସ ବିଭାଗ ଖୋଲିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବ୍ରହ୍ମପୁର ସହରର ମାନବ ଅଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମମୁଖରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Jul 1, 2019, 9:39 PM IST

ବ୍ରହ୍ମପୁର: ଏମକେସିଜି ମେଡିକାଲରେ ଡାଇଲିସିସ୍ ମେସିନକୁ କାର୍ଯ୍ୟକ୍ଷମ କରିବା ଏବଂ ସହରର ସମସ୍ତ ସିଟି ହସ୍ପିଟାଲରେ ଡାଇଲିସିସ ବିଭାଗ ଖୋଲିବା ଦାବିରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବ୍ରହ୍ମପୁର ସହରର ମାନବ ଅଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ଏହି ବିକ୍ଷୋଭ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସମଗ୍ର ଦକ୍ଷିଣାଞ୍ଚଳ ସମେତ ପଡୋଶୀ ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲା, ଓଡିଶା-ଆନ୍ଧ୍ର ସୀମାନ୍ତର ବହୁ ରୋଗୀ ଏହି ଏମକେସିଜି ମେଡିକାଲ ଉପରେ ନିର୍ଭର କରିଥାନ୍ତି । ତେବେ ଏଠାରେ 3ଟି ଡାଇଲିସିସ୍ ମେସିନ ଥିବାବେଳେ ଜଣେ ଅବସରପ୍ରାପ୍ତ ଡାକ୍ତର ଏବଂ ଟେକ୍ନିସିଆନ ଏହାକୁ ପରିଚାଳନା କରୁଛନ୍ତି । ଫଳରେ ଏଠାକୁ ଆସୁଥିବା ରୋଗୀ କୌଣସି ପ୍ରକାର ଉପକୃତ ହୋଇପାରୁନଥିବା ବେଳେ ସେମାନଙ୍କୁ ନାନା ସମସ୍ୟାର ସାମନା କରିବାକୁ ପଡିଥାଏ ।

ଯାହାକୁ ପ୍ରତିବାଦ କରି ସହରର ନଗର ଚିକିତ୍ସାଳୟରେ ଜିଲ୍ଲାର ଏକ ପ୍ରମୁଖ ଚିକିତ୍ସାଳୟରେ ନୂତନ ଡାଇଲସିସ ବିଭାଗ ଖୋଲିବାକୁ ଦାବି କରାଯାଇଥିଲା । ଏଥିସହିତ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ତଥା ସ୍ବାସ୍ଥ୍ୟ ବିକାଶ ସମିତିର ଅଧ୍ୟକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details