ମାଲେ: ପର୍ଯ୍ୟଟକ ଓ ଯାତ୍ରୀଙ୍କ ପାଇଁ ଆଜି (ବୁଧବାର) ଅନ୍ତର୍ଜାତୀୟ ସୀମା ଖୋଲିଲା ମାଳଦ୍ବୀପ । ମାଳଦ୍ବୀପ ଆନ୍ତର୍ଜାତୀୟ ଯାତ୍ରା ପାଇଁ ସ୍ବାସ୍ଥ୍ୟ ଓ ନିରାପତ୍ତା ପ୍ରୋଟୋକଲ ସହିତ ଏହାର ସୀମା ଖୋଲିଛି । ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ମଙ୍ଗଳବାର ସନ୍ଧ୍ୟାରେ ଅପରେସନ୍ ଯାଞ୍ଚ କରିବା ପାଇଁ ମାଲେ ଅନ୍ତର୍ଜାତୀୟ ବିମାନବନ୍ଦର ପରିଦର୍ଶନ କରିଥିଲେ।
ବିଦେଶୀ ଯାତ୍ରୀଙ୍କ ପାଇଁ ଅନ୍ତର୍ଜାତୀୟ ସୀମା ଖୋଲିଲା ମାଳଦ୍ବୀପ - Maldives
ପର୍ଯ୍ୟଟକ ଓ ଯାତ୍ରୀଙ୍କ ପାଇଁ ବୁଧବାର ଅନ୍ତର୍ଜାତୀୟ ସୀମା ଖୋଲିଲା ମାଳଦ୍ବୀପ । ମାଳଦ୍ବୀପ ଆନ୍ତର୍ଜାତୀୟ ଯାତ୍ରା ପାଇଁ ସ୍ବାସ୍ଥ୍ୟ ଓ ନିରାପତ୍ତା ପ୍ରୋଟୋକଲ ସହିତ ଏହାର ସୀମା ଖୋଲିଛି ।
![ବିଦେଶୀ ଯାତ୍ରୀଙ୍କ ପାଇଁ ଅନ୍ତର୍ଜାତୀୟ ସୀମା ଖୋଲିଲା ମାଳଦ୍ବୀପ ସୀମା ଖୋଲିଲା ମାଲଦ୍ବୀପ](https://etvbharatimages.akamaized.net/etvbharat/prod-images/768-512-12:18:10:1594795690-1590090536-9584-1507newsroom-1594795633-809.jpg)
ସୀମା ଖୋଲିଲା ମାଲଦ୍ବୀପ
ଯାତ୍ରୀମାନଙ୍କୁ ସ୍କ୍ରିନିଂ କରିବା ସହିତ ସେମାନଙ୍କର ପରୀକ୍ଷଣ କ୍ଷମତା, ସାମାଜିକ ଦୂରତା ଓ ଉତ୍ତମ ସ୍ବଚ୍ଛତା ସୁନିଶ୍ଚିତ କରିଥିଲେ ରାଷ୍ଟ୍ରପତି । ବିମାନବନ୍ଦରରେ ବାଧ୍ୟତାମୂଳକ ପରୀକ୍ଷା ସମେତ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି । ଏହାର ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ମାଳଦ୍ବୀପ ପର୍ଯ୍ୟଟନ ଉପରେ ଅଧିକ ନିର୍ଭରଶୀଳ । ଏହା କୋଭିଡ ସଙ୍କଟ ପାଇଁ ସ୍ଥଗିତ ରହିଥିଲା ।
ମାଳଦ୍ବୀପରେ ମୋଟ 2,800 ଜଣ ଆକ୍ରାନ୍ତ ହୋଇଥିବା ବେଳେ 24 ଘଣ୍ଟା ମଧ୍ୟରେ 39ଟି ମାମଲା ସାମ୍ନାକୁ ଆସିଛି । 470ଟି ଆକ୍ଟିଭ୍ କେସ୍ ଥିବା ବେଳେ 2302ଜଣ ସୁସ୍ଥ ହୋଇଛନ୍ତି ।