ହାଇଦ୍ରାବାଦ: ଆଫଗାନ୍ ବିପକ୍ଷରେ ହ୍ୟାଟ୍ରିକ ଓ୍ବିକେଟ ନେଇ ମହମ୍ମଦ ସାମି ଇତିହାସ ରଚିଛନ୍ତି । ଚେତନ ଶର୍ମାଙ୍କ ପରେ2ୟ ଭାରତୀୟ ଭାବେ ମହମ୍ମଦ ସାମି ବିଶ୍ବକପ୍ରେ ହ୍ୟାଟ୍ରିକ ନେଇଛନ୍ତି । ତେବେ ଏହି ରେକର୍ଡ ମହେନ୍ଦ୍ର ସିଂ ଧୋନୀଙ୍କ ଯୋଗୁଁ ହାତଥିବା ସାମି କହିଛନ୍ତି ।
ସାମିଙ୍କ ହ୍ୟାଟ୍ରିକ ପଛରେ ଧୋନୀଙ୍କ ହାତ - ମହମ୍ମଦ ସାମି
ବିଶ୍ବକପରେ ହ୍ୟାଟ୍ରିକ ନେବା ବହୁତ କମ ସୁଯୋଗ ରହିଥାଏ । ତୁମ ପାଖରେ ହ୍ୟାଟ୍ରିକ ନେବାର ଯଥେଷ୍ଟ ସୁଯୋଗ ରହିଛି । ତୁମେ ବୋଲିଂରେ କୌଣସି ପରିବର୍ତ୍ତନ କରନାହଁ । ୟର୍କର ପକାଅ, ହ୍ୟାଟ୍ରିକ ହାତେଇବାର ସୁଯୋଗ ରହିଛି ବୋଲି ଧୋନୀ କହିଥିଲେ । ଏକଥା ମହମ୍ମଦ ସାମି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଅନ୍ତିମ ଏକାଦେଶରେ ସାମିଲ ହେବା ପରେ ଏହାର ଭରପୁର ସୁଯୋଗ ନେବି ବୋଲି ଭାବିଥିଲି । ବିଶ୍ବକପ୍ରେ ହ୍ୟାଟ୍ରିକ ନେବା ଏକ ଦୁର୍ଲଭ ରେକର୍ଡ । ଏହି କୀର୍ତ୍ତିମାନ ଉପଲବ୍ଧି କରି ଖୁସି ଥିବା ସାମି କହିଛନ୍ତି ।
ସୂଚନାଥାଉକି, ଅନ୍ତିମ ଓଭରରେ ସାମି ବୋଲିଂ କରି 3ୟ, 4ର୍ଥ ଓ 5ମ ବଲ୍ରେ କ୍ରମାଗତ ଭାବେ ମହମ୍ମଦ ନବି, ଆଫତାବ ଆଲମ ଓ ମୁଜିବ ଉର ରେହମାନଙ୍କ ଓ୍ବିକେଟ ନେଇ ସାମି ନିଜର ଏକଦିବସୀୟ କ୍ୟାରିଅରରେ ପ୍ରଥମ ହ୍ୟାଟ୍ରିକ ଓ୍ବିକେଟ ହାସଲ କରିଛନ୍ତି ।