ବାଲେଶ୍ବର: ଜିଲ୍ଲାର ଗାନ୍ଧିସ୍ମୃତି ଭବନରେ ମା ଘର ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମାତୃତ୍ବ ଦିବସ ପାଳିତ ହୋଇଯାଇଛି। ସଙ୍ଗଠନର ରାଜ୍ୟ ଅଧ୍ୟକ୍ଷା ଋତୁପୂର୍ଣ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସେବା ମହାପାତ୍ର, ପ୍ରୀତିଛନ୍ଦା ଧଳ, ମଧୁଲିତା ପରିଡା, ସୁପ୍ରଭା ଦାସଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରୁ ସଙ୍ଗଠନର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ଜରାଶ୍ରମକୁ ବିରୋଧ କରିବା ସହ ପରିବାରରେ ମା'ଙ୍କୁ ନେଇ ରହିଲେ ସବୁ ଖୁସି ମିଳେ ବୋଲି ଅତିଥିମାନେ କହିଥିଲେ । ଆଜି ବିଶ୍ୱ ମାତୃ ଦିବସରେ ସମସ୍ତ ସନ୍ତାନ ମା' ମାନଙ୍କୁ ଅବହେଳା ନକରିବା ପାଇଁ ପ୍ରତିଜ୍ଞା କରିବାକୁ ଆହ୍ବାନ ଦିଆଯାଇଥଲା । ବାଲେଶ୍ୱର ଜିଲ୍ଲାର 10ଜଣ ମା ଓ ପୁଅଙ୍କୁ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।