ନୟାଗଡା: ଦୀର୍ଘ ଦିନର ନିରବତା ପରେ ପୁଣିଥରେ ନୟାଗଡରେ ମାତିଲେ ଲାଲ ବାହିନୀ । ସାରା ରାଜ୍ୟରେ ନିର୍ବାଚନ ଚାଲିଥିବା ବେଳେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ପୋଲିସ ପୁରା ଦମ୍ ଲଗାଇ ଦେଇଥିଲା ଏହାର ସୁଯୋଗ ନେଇ ଲାଲବାହିନୀ ନୟାଗଡର ଦଶପଲ୍ଲା କୁଆଁରିଆରେ ଦେଖାଇଛନ୍ତି ନିଜ କାରନାମା ।
ମାତିଲେ ଲାଲ୍ ବାହିନୀ, ଲୁଟିଲେ ବନ୍ଧୁକ - DASHPALLA
ଫରେଷ୍ଟ ବିଟ୍ ହାଉସରେ ଥିବା ପ୍ରାୟ 4ଟି ଦେଶୀ ବନ୍ଧୁକ ଲୁଟିନେଇଥିବା ଜଣାପଡିଛି । ତେବେ ବନପାଳ ହେମନ୍ତ କୁମାର କାଣ୍ଡିଙ୍କ ସୂଚନା ମୁତାବକ ଗତରାତି ପ୍ରାୟ 9:30 ସମୟରେ 7ଜଣ ମାଓବାଦୀ ଆସିଥିଲେ ସେମାନଙ୍କ ମଧ୍ୟରେ 4ଜଣ ପୁରୁଷ ଥିବାବେଳେ 3ଜଣ ମହିଳା ମାଓବାଦୀ ଆସିଥିଲେ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ
ସୂଚନା ଅନୁସାରେ ଗତକାଲି ଦଶପଲ୍ଲାରେ ଲଙ୍କାପୋଡିକୁ ନେଇ ଉତ୍ସବ ଚାଲିଥିବା ବେଳେ ସେପଟେ କୁଆଁରିଆ ଫରେଷ୍ଟ ବିଟ୍ ହାଉସରେ ମାଓବାଦୀ ଚଳାଇଥିଲେ ନିଜ ଉତ୍ସବ । ଫରେଷ୍ଟ ବିଟ୍ ହାଉସରେ ଥିବା ପ୍ରାୟ 4ଟି ଦେଶୀ ବନ୍ଧୁକ ଲୁଟିନେଇଥିବା ଜଣାପଡିଛି । ତେବେ ବନପାଳ ହେମନ୍ତ କୁମାର କାଣ୍ଡିଙ୍କ ସୂଚନା ମୁତାବକ ଗତରାତି ପ୍ରାୟ 9:30 ସମୟରେ 7ଜଣ ମାଓବାଦୀ ଆସିଥିଲେ ସେମାନଙ୍କ ମଧ୍ୟରେ 4ଜଣ ପୁରୁଷ ଥିବାବେଳେ 3ଜଣ ମହିଳା ମାଓବାଦୀ ଆସିଥିଲେ ବୋଲି କହିଛନ୍ତି । ଘଟଣା ସଂର୍ପକରେ ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମାଓ ଗତିବିଧି ଉପରେ ନଜର ରଖିଛି ।
ନୟାଗଡରୁ, ଉତ୍ପଳ ସାହୁ ଇଟିଭି ଭାରତ