ଓଡିଶା

odisha

ETV Bharat / briefs

ଗଡରକ୍ଷା ପାଇଁ ସାରଥୀ ସାଜିଛନ୍ତି ଶରଦ ପାୱାର

ଶରଦ ପାୱାର ବାରାମତି ଲୋକସଭା ଆସନର ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଫୋନ କରି ସମର୍ଥନ ମାଗୁଛନ୍ତି ।

By

Published : Apr 13, 2019, 2:18 PM IST

ଡିଜାଇନ ଫଟୋ

ମୁମ୍ବାଇ: ଭାରତୀୟ ରାଜନୀତିରେ ଏମିତି କିଛି ଲୋକସଭା ଆସନ ଅଛି ଯେଉଁ ଆସନଟି ଏକ ନିର୍ଦ୍ଦିଷ୍ଟ ପରିବାରର ଅକ୍ତିଆରେ ରହି ଆସିଛି । ସାଧାରଣତଃ ଏହା ସେମାନଙ୍କ ଗଡ ବୋଲି ବିବେଚନା କରାଯାଇଥାଏ ।

ଏମିତି ଏକ ଲୋକସଭା ଆସନ ହେଉଛି ମହାରାଷ୍ଟ୍ରର ବାରାମତି ଲୋକସଭା ଆସନ । ଏହି ଆସନଟି ମହାରାଷ୍ଟ୍ରର ଏକ ଗୁରୁତ୍ବପୂର୍ଣ ଆସନ ଭାବେ ଖ୍ୟାତି ରହିଛି, ଗତ 1991 ମସିହାରୁ ଉକ୍ତ ଆସନଟି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ଅଧିନରେ ରହି ଆସିଛି । 1991 ମସିହାରୁ 2009 ମସିହା ପର୍ଯ୍ୟନ୍ତ ଏନସିପି ମୁଖ୍ୟ ଶରଦ ପାୱାର ଏହି ଆସନରୁ ସାଂସଦ ଥିବାବେଳେ 2009 ରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଝିଅ ସୁପ୍ରିୟା ସୁଲେ ସାଂସଦ ଅଛନ୍ତି ।


ବର୍ତ୍ତମାନ ନିର୍ବାଚନ ଚାଲିଥିବାରୁ ପୁଣିଥରେ ଗଡ ଅକ୍ଷୟ ରଖିବା ପାଇଁ ଏନସିପି ବର୍ତ୍ତମାନର ସାଂସଦଙ୍କୁ ପୁଣିଥରେ ଭରଷା କରିଛି । ଆଉ ଗଡ ଅକ୍ଷୟ ଅପରାଜୟ ରଖିବା ପାଇଁ ଏନସିପି ମୁଖ୍ୟ ଶରଦ ପାୱାର ନିଜେ ଏବେ ଝିଅଙ୍କ ପ୍ରଚାର ରଥର ସେନାପତି ସାଜିଛନ୍ତି । ନିର୍ବାଚନରେ ଯେମିତି କୌଣସି ସମସ୍ୟା ନହୁଏ ସେଥିପାଇଁ ଶରଦ ପାୱାର ନିଜେ ଏବେ ଉକ୍ତ ଅଞ୍ଚଳରେ ରହି ସମସ୍ତ ଲୋକଙ୍କୁ ଭେଟି ଭୋଟ ମାଗୁଛନ୍ତି । ଶରଦ ପାୱାର ବାରାମତି ଲୋକସଭା ଆସନର ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଫୋନ କରି ସମର୍ଥନ ମାଗୁଛନ୍ତି । ଯେଉଁ ଇଲାକାରେ କୌଣସି ଲୋକଙ୍କର ପ୍ରଭାବ ଅଛି ସିଧା ତାଙ୍କ ଘରେ ପହଞ୍ଚି ଯାଉଛନ୍ତି ଶରଦ, ଉଦ୍ଦେଶ୍ୟ ଯେମିତିବି ହେଉ ଗଡ ବଞ୍ଚାଇବା ।

ସେପଟେ ଚଳିତ ନିର୍ବାଚନରେ କୌଣସି ମତେ ଏହି ଆସନରେ ପଦ୍ମ ଫୁଟାଇବାକୁ ଜୋରଦାର ପ୍ରସ୍ତୁତ ଚଳାଇଛି ଗେରୁଆ ଦଳ । ବିଜେପି ଏଠି ନିଜ ପ୍ରାର୍ଥୀ ଭାବେ କାଞ୍ଚନ କୁଲଙ୍କୁ ପ୍ରାର୍ଥୀ କରିଛି । ବିଜେପି ଏହି ଆସନକୁ ଦଖଲ କରିବାକୁ ଦମ୍ଭ ଦେଖାଇ ଅନେକ ରାଜନୈତିକ କାର୍ଯ୍ୟକ୍ରମ ସହ ପ୍ରଚାରକୁ ବ୍ୟାପକ ଭାବେ ପ୍ରଭାବଶାଳି କରିଛି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମଧ୍ୟ ଆସି ଏଠି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେହି ଦୃଷ୍ଟିରୁ ଶରଦ ପାୱାର ଚାପରେ ରହିବା ସ୍ବାଭାବିକ, କାରଣ ପରାଜୟ ହେଲେ ନିଜ ପ୍ରତିଷ୍ଠା ପ୍ରତି ଆଞ୍ଚ ଆସିବ ।


ସୂଚନା ମୁତାବକ ବାରାମତି ଲୋକସଭା ଆସନରେ ବର୍ତ୍ତମାନ ସମୁଦାୟ 21,12,408 ଜଣ ଭୋଟର ଥିବାବେଳେ ସେଥିମଧ୍ୟରୁ ପୁରୁଷ ଭୋଟର ପ୍ରାୟ 11,10,168 ଥିବାବେଳେ ମହିଳା ଭୋଟର ଅଛନ୍ତି 10, 02,207 । ଏହି ସଂସଦୀୟ କ୍ଷେତ୍ରରେ ଆଖୁ ଚାଷ ଏକ ବଡ ଶିଳ୍ପ ଭାବେ ଗଢି ଉଠିଥିବା ବେଳେ ଅନେକ ଚିନିକଳ ସ୍ଥାପିତ ହୋଇଛି ।

For All Latest Updates

ABOUT THE AUTHOR

...view details