ମୁମ୍ବାଇ: ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ବୀର ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର । ଶହୀଦଙ୍କ ପରିବାରକୁ କୋଟିଏ ଟଙ୍କା ପ୍ରଦାନ ପାଇଁ ସକଳ୍ପ ନେଇଛନ୍ତି । ତେବେ ଲତା ଶହୀଦଙ୍କ ପାଇଁ ଖୋଲାଯାଇଥିବା ‘ଭାରତ କେ ବୀର’ ଆକାଉଣ୍ଟକୁ ଟଙ୍କା ପ୍ରଦାନ କରିବେ ବୋଲି ଆଦିନାଥ ମଙ୍ଗେସକର କହିଛନ୍ତି ।
ପୁଲୱାମା ଶହୀଦଙ୍କୁ 1କୋଟି ଦେବେ ସଙ୍ଗୀତ ସାମ୍ରାଜ୍ଞୀ ଲତା ମଙ୍ଗେସକର - ଲତାମଙ୍ଗେସକର
ପୁଲୱାମା ଆକ୍ରମଣରେ ପ୍ରାଣ ହରାଇଥିବା ଶହୀଦଙ୍କ ପରିବାରକୁ 1 କୋଟି ଟଙ୍କାର ସହାୟତା ପ୍ରଦାନ କରିବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସକର।

ଫାଇଲ ଫଟୋ
ଲତା ମଙ୍ଗେସକରଙ୍କ ବ୍ୟତୀତ ମଙ୍ଗସକର ପରିବାର ଶହୀଦଙ୍କ ପରିବାରକୁ 11 ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ମାଷ୍ଟର ଦୀନନାଥ ମଙ୍ଗେସକର ପୁରସ୍କାର ଘୋଷଣା ଅବସରରେ ଏହି ସୂଚନା ପ୍ରଦାନ କରିଛନ୍ତି । ଏହି ଅବସରରେ ଲତା ମଙ୍ଗେସକର ତାଙ୍କ ଭାଇ ଓ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ ।
ସୂଚନା ଅନୁଯାୟୀ, ଗତ ଫେବୃଆରୀ 14 ତାରିଖରେ ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା । ଏଥିରେ 40ରୁ ଊର୍ଦ୍ଧ୍ବ ଯବାନ ଶହୀଦ ହୋଇଥିଲେ । ଏହା ପରେ ସାରା ଦେଶ ଓ ବିଦେଶରୁ ଶହୀଦଙ୍କ ପରିବାରକୁ ସହାୟତାର ସୁଅ ଛୁଟିଥିଲା ।