ଓଡିଶା

odisha

ETV Bharat / briefs

ପଞ୍ଚଭୂତରେ ଲୀନ ହେଲା କଳ୍ପନାଙ୍କ ପାର୍ଥିବ ଶରୀର

ପୁରୀ ସ୍ବର୍ଗଦ୍ବାରରେ ପର୍ବତରାଣୀ କଳ୍ପନା ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । କଳ୍ପନାଙ୍କ ବଡ ଭାଇ ତାଙ୍କୁ ମୁଖାଗ୍ନି ଦେଇଥିବା ବେଳେ ଅନେକ କ୍ରୀଡାପ୍ରେମୀ, ସାମାଜିକ କର୍ମୀ, ସ୍ବେଚ୍ଛାସେବୀ ତାଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Jun 2, 2019, 11:07 PM IST

Updated : Jun 2, 2019, 11:47 PM IST

ପୁରୀ: ପର୍ବତାରୋହିଣୀ କଳ୍ପନା ଦାସଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସମ୍ପର୍ଣ୍ଣ ହୋଇଛି । ଭାଇ ପ୍ରଦୀପ ଦାସ ତାଙ୍କୁ ମଖାଗ୍ନି ଦେଇଛନ୍ତି । କଳ୍ପନାଙ୍କ ପାର୍ଥିବ ଶରୀର ସହିତ ତାଙ୍କ ବଡ ଭଉଣୀ ସଂଯୁକ୍ତା ଦାସ, ପୁତୁରା ଗୌରୀ ଶଙ୍କର ଦାସ, ସମ୍ପର୍କୀୟ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଯଶସ୍ବୀ କର, ଶଶିଭୂଷଣ କର, ପର୍ବତାରୋହୀ ଗଣେଶ ଜେନା ଏବଂ ନୀଳାଚଳ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

କ୍ରୀଡାବିତ୍ ରବୀନ୍ଦ୍ର ସେନାପତିଙ୍କ ସମେତ ଅନ୍ୟାନ୍ୟ କ୍ରୀଡାପ୍ରେମୀ, ସାମାଜିକ କର୍ମୀ, ସ୍ବେଚ୍ଛାସେବୀ ସ୍ବର୍ଗଦ୍ବାରରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ଯ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତେବେ ଆଜି(ରବିବାର) ରାତି 10ଟାରେ କଳ୍ପନାଙ୍କ ପାର୍ଥିବ ଶରୀର ସ୍ବର୍ଗଦ୍ବାରରେ ପହଞ୍ଚିଥିଲା ।

ତେବେ ସ୍ୱର୍ଗଦ୍ୱାରରେ କଳ୍ପନାଙ୍କ ଶେଷ କୃତ୍ୟ ସମୟରେ ଯେଉଁଭଳି ସମ୍ମାନ ହେବା କଥା ସେ ନେଇ କୌଣସି ବ୍ୟବସ୍ଥା କରାଯାଇନଥିବାରୁ କଳ୍ପନାଙ୍କ ଛାତ୍ରମାନେ କ୍ଷୋଭ ପ୍ରକାଶ କରିଥିଲେ । ଏଥିସହିତ ଉପଯୁକ୍ତ ଲାଇଟର ବନ୍ଦୋବସ୍ତ ହୋଇ ନଥିବାବେଳେ ଜିଲ୍ଲାର କେବଳ କ୍ରୀଡାଧିକାରୀଙ୍କୁ ଛାଡିଲେ କେହି ବରିଷ୍ଠ ଅଧିକାରୀ ସାମିଲ ହୋଇନଥିଲେ । ସେହିପରି କଳ୍ପନାଙ୍କ ମୃତଦେହ ଦାହରେ ଅହେତୁକ ବିଳମ୍ବ ପାଇଁ କ୍ଷୋଭ ପ୍ରକାଶ କରିଛନ୍ତି ତାଙ୍କର ଛାତ୍ର।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 2, 2019, 11:47 PM IST

ABOUT THE AUTHOR

...view details