ଓଡିଶା

odisha

ETV Bharat / briefs

ପ୍ରଚାର ବେଳେ କାନ୍ଦିଲେ କୁମାରସ୍ବାମୀ

ପ୍ରଚାର କରୁଥିବା ବେଳେ ଲୋକଙ୍କ ଆଗରେ କାନ୍ଦିଲେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀ।

By

Published : Apr 16, 2019, 9:04 PM IST

ଫାଇଲ ଫଟୋ

ବେଙ୍ଗାଲୁର: ନିର୍ବାଚନରେ ଜିତିବା ପାଇଁ ଲୋକଙ୍କ ଆଗରେ ଡ୍ରାମା କରିବା ନେତାଙ୍କ ପାଇଁ କିଛି ବଡ କଥା ନୁହେଁ। ଖାଲି ସେତିକି ନୁହେଁ ପ୍ରତିଶ୍ରୁତିରେ ଲୋକଙ୍କ ମନ ଜିଣି ନପାରିଲେ ଅନ୍ୟାନ୍ୟ ପଦ୍ଧତି ମଧ୍ୟ ଆପଣାଇଥାନ୍ତି ନେତାଏ । ଏହି କ୍ରମରେ ଲୋକସଭା ନିର୍ବାଚନକୁ ଆଖିରେ ରଖି ପ୍ରଚାର କରୁଥିବା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀ ଲୋକଙ୍କ ଆଗରେ କାନ୍ଦିଥିବା ଦେଖିବାକୁ ମିଳିଛି । ଏକ ନିର୍ବାଚନୀ ରାଲିରେ ଭାବୁକ ହୋଇ ନିଜ ଲୁହକୁ ଅଟକାଇ ପାରିନାହାଁନ୍ତି ସେ।

ମାଣ୍ଡ୍ୟାରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ସେ, ପ୍ରତିଦିନ ମୋ ବିଷୟରେ ମିଥ୍ୟା ଖବର ପ୍ରଚାର କରାଯାଏ । ଏହା ସହିତ ପ୍ରତ୍ୟେକ ଦିନ ମୋର ଶେଷ ଦିନ ବୋଲି କୁହାଯାଇ ଥାଏ। ଏଭଳି କହି ଲୋକଙ୍କ ସାମ୍ନାରେ ଭାବୁକ ହୋଇଯାଇଥିଲେ ସେ ।

ସୂଚନା ଯୋଗ୍ୟ, କର୍ଣ୍ଣାଟକ ଲୋକସଭା ନିର୍ବାଚନ 28 ଟି ଆସନ ପାଇଁ 2ଟି ପର୍ଯ୍ଯାୟରେ ମତଦାନ ହେବ। ଏପ୍ରିଲ 18 ଏବଂ 23 ରେ ମଦଦାନ ହେବାକୁ ଥିବା ବେଳେ ଚଳିତ ଥର ମାଣ୍ଡ୍ୟା ଲୋକସଭା ଆସନରୁ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି କୁମାରସ୍ବାମୀଙ୍କ ପୁଅ ନିଖିଲ କୁମାରସ୍ବାମୀ। ତେବେ ତାଙ୍କ ପାଇଁ ପ୍ରଚାର କରୁଛନ୍ତି କୁମାରସ୍ବାମୀ ।

For All Latest Updates

ABOUT THE AUTHOR

...view details